ମହାପ୍ରଭୁଙ୍କୁ ଘୋଡଲାଗି

ଶ୍ରୀମନ୍ଦିରରେ ଓଢ଼ଣୀ ଷଷ୍ଠୀ ଅନୁଷ୍ଠିତ। ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ମହାପ୍ରଭୁଙ୍କର ଘୋଡଲାଗି ନିତୀ ଅନୁଷ୍ଠିତ ହୋଇଥାଏ |  ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହେବାସହ   ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି। ଘୋଡ଼ଲାଗି ପ୍ରକ୍ରିୟା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି । ପତନୀ , ଗୀତ ଗୋବିନ୍ଦ ପାଟ ଏବଂ ସୂତା ପାଟରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି  ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!