ସ୍ୱାମୀଙ୍କ ବଦଳରେ ସନ୍ତାନ ହୋଇପାରବେ ନୋମିନି । କେନ୍ଦ୍ରୀୟ ମହିଳା କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଏଣିକି ବିବାହ ବିବାଦ ସହ ଜନିତ ମାମଲାରେ ମହିଳା କର୍ମଚାରୀ ସ୍ୱାମୀଙ୍କ ବଦଳରେ ନିଜ ପିଲାମାନଙ୍କୁ ଫ୍ୟାମିଲି ପେନସନ ବା ପରିବାର ପେନସନ ପାଇଁ ନୋମିନି ଭାବେ ରଖିପାରିବେ।ଏଥିପାଇଁ ମନ୍ତ୍ରଣାଳୟ ପେନସନ୍ ନିୟମରେ ଆବଶ୍ୟକୀୟ ସଂଶୋଧନ ଆଣିଛି । କେନ୍ଦ୍ରୀୟ ସିଭିଲ ସେବା ନିୟମ ଅନୁଯାୟୀ ସରକାରୀ କର୍ମିଚାରୀ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପାରିବାରିକ ପେନସନ ଅନୁମତି ରହିଛି । କିନ୍ତୁ ନୂଆ ନିୟମ ଅନୁଯାୟୀ ଜଣେ ମହିଳା କର୍ମଚାରୀ ପରିବାର ପେନସନ ପାଇଁ ସ୍ୱାମୀଙ୍କ ବଦଳରେ ପିଲାମାନଙ୍କୁ ବାଛିପାରିବେ । ଏନେଇ କେନ୍ଦ୍ର ପେନସନ୍ ଏବଂ ପେନସନ୍ ଭୋଗୀ କଲ୍ୟାଣ ବିଭାଗ ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି ଯେ ଏହି ସଂଶୋଧନ ସମସ୍ତ କ୍ଷେତ୍ରରେ ଜଣେ କେନ୍ଦ୍ରୀୟ ମହିଳା କର୍ମଚାରୀଙ୍କୁ ନୋମିନି ଟୟନ ପାଇଁ ଅନୁମତି ଦେବ ।

