ଆଉ ନାହାନ୍ତି ହଲିଉଡ୍ ଆକ୍ଟର କ୍ରିଷ୍ଟିଆନ ଓଲିଭର । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । କେବଳ କ୍ରିଷ୍ଟିଆନ ଓଲିଭର ନୁହନ୍ତି ତାଙ୍କ ସହ ତାଙ୍କର ୨ ଝିଅ ମାଦିତା ଏବଂ ଏନିକଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ମତ୍ୟୁ ହୋଇଛି । କାରିବିଆନ୍ ସମୁଦ୍ର ଅଂଚଳରେ୍ ତାଙ୍କର ବିମାନ ସମୁଦ୍ର ଗର୍ଭକୁ ଖସି ପଡିଥିଲା। ବିମାନ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୋଟିଏ ଇଂଜିନ ବିଶିଷ୍ଟ ଏକ ଛୋଟ ଘରୋଇ ବିମାନରେ ଯାତ୍ରା କରୁଥିଲେ ଓଲିଭର ।
କୌଣସି ତ୍ରୁଟିରୁ ବିମାନଟି ସମୁଦ୍ରକୁ ଖସି ପଡିଥିଲା। ବିମାନ ଖସିବା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ମତ୍ସ୍ୟଜୀବୀ, ପୋଲିସ ଏବଂ କୋଷ୍ଟଗାର୍ଡ ସହାୟତାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା ।ଓଲିଭରଙ୍କ ପରିବାର ଛୁଟି କାଟିବାକୁ ବେକିଆ ଦ୍ବିୀପକୁ ଯାଇଥିଲେ । ସେଠାରୁ ସେଣ୍ଟ ଲୁସିଆ ଦ୍ବିପକୁ ଯାତ୍ରା କରୁଥିବାବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ହଲିଉଡରେ ୬୦ରୁ ଅଧିକ ଫିଲ୍ମରେ ଅଭିନୟର ଛାପ ଛାଡିଯାଇଛନ୍ତି କ୍ରିଷ୍ଟିଆନ । ଜର୍ମାନୀରେ ଜନ୍ମିତ ଓଲିଭର ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସାଥି କଳାକାର ଜର୍ଜ କ୍ଲୁନି ସହ ଦ ଗୁଡ୍ ଜର୍ମାନ , ଆକ୍ସନ କମେଡି ସ୍ପିଡ୍ ରେସର ହେଉଛି ତାଙ୍କର ଲୋକପ୍ରିୟ ସିନେମା ।

