ଏଫଆଇଆର ରଦ୍ଦ କରିବା ନେଇ ହାଇକୋର୍ଟ କରିଥିଲେ ଅଗ୍ରାହ୍ୟ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଦାୟର ଏଫଆଇଆର ରଦ୍ଦ କରିବା ନେଇ ହାଇକୋର୍ଟଙ୍କ ଅଗ୍ରାହ୍ୟ ବିରୋଧରେ ଆଜି ରାୟ ଦେବେ ସୁପ୍ରିମକୋର୍ଟ । ଦକ୍ଷତା ବିକାଶ ନିଗମ ଅର୍ଥ ହେରଫେର ମାମଲାରେ ଗତ 2023 ସେପ୍ଟେମ୍ବରରେ ଗିରଫ ହୋଇଥିଲେ ଚନ୍ଦ୍ରବାବୁ । 2015ରେ ସେ ମୁଖ୍ଯମନ୍ତ୍ରୀ ଥିବାବେଳେ ପ୍ରାୟ 371 କୋଟି ଟଙ୍କାର ହେରଫେର ଅଭିଯୋଗ ହୋଇଥିଲା । ଗତ 2023 ନଭେମ୍ବର 20ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମାମଲାରେ ଚନ୍ଦ୍ରବାବୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ । ଦୁର୍ନୀତି ମାମଲାରେ ଦାୟର ଏଫଆଇଆର ରଦ୍ଦ କରିବାକୁ ଗତ 2023 ସେପ୍ଟେମ୍ବର 22ରେ ହାଇକୋର୍ଟ ରାୟ ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଚନ୍ଦ୍ରବାବୁ । ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଳା ଏମ. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଅକ୍ଟୋବର 17ରେ ଶୁଣାଣି କରିବା ସହ ଜାନୁଆରୀ 16ରେ ରାୟ ଦେବାକୁ କହିଥିଲେ । ଏହି ଦୁର୍ନୀତି ମାମଲାରେ 2017ରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!