ଓଡିଶାବାସୀଙ୍କୁ ନବୀନଙ୍କ ଚିଠି

ଓଡ଼ିଶା ଏବେ ଉଜ୍ଜ୍ବଳମୟ ଭବିଷ୍ୟତ ଦିଗରେ ଆଗକୁ ବଢ଼ୁଛି। ୨୦୩୬ରେ ଆମେ ଆମ ପ୍ରିୟ ଓଡ଼ିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି। ଏହି ସମୟ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା। ଏଥି ପାଇଁ ଆମେ ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼ୁଛୁ।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ‌ଲେଖି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଶ୍ରୀ ପଟ୍ଟନାୟକଙ୍କ ଏହି ଚିଠିକୁ ବିଜେଡି ନେତାମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଉ କିଛି ମାସ ମଧ୍ୟରେ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସାଢ଼େ ଚାରି‌ କୋଟି ଓଡ଼ିଶାବାସୀ ମୋର ପରିବାର। ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା ଓ ଅସୁବିଧାରେ ମୁଁ ସବୁବେଳେ ସମସ୍ତଙ୍କ ପାଖରେ ଅଛି। ମୋ ଉପରେ ଥିବା ଆପଣମାନଙ୍କ ବିଶ୍ବାସ ମୋତେ ଆହୁରି ଦୃଢ଼ତାର ସହ କାମ କରିବାକୁ ପ୍ରେରଣା ଯୋଗାଇଛି।

ଆଗାମୀ ୧୦ ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ସମ‌ସ୍ତେ ମିଶି ଏକ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବା। ଆଜିର ସମୟ ଓ ଆଗାମୀ ଦଶନ୍ଧି ଯୁବ ସମାଜ ପାଇଁ ଉଦ୍ଦିଷ୍ଟ। ଏହା ସେମାନଙ୍କ ଦଶନ୍ଧି ହେବାକୁ ଯାଉଛି। ବିକାଶର ଡୋରି ଯୁବ ସମାଜ ହାତରେ। ଆମ ଯୁବଗୋଷ୍ଠୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ବ୍ୟାପକ ନିଯୁକ୍ତି ସୁନିଶ୍ଚିତ କରିବା ହେଉଛି ଆମର ପ୍ରାଥମିକତା। ରାଜ୍ୟର ଯୁବ ସମାଜ ଗଢ଼ିବେ ‘ନୂଆ ଓଡ଼ିଶା’। ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ି ଓଡ଼ିଶା ସମସ୍ତଙ୍କ ମାର୍ଗଦର୍ଶକ ସାଜିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ବିଗତ ପାଞ୍ଚ ବର୍ଷରେ ୫-ଟି ମନ୍ତ୍ର ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସମୃଦ୍ଧିର ଏକ ମାଇଲଖୁଣ୍ଟ ଭାବେ ଇତିହାସ ଏହାକୁ ସବୁବେଳେ ମନେ ରଖିବ। ଏବେ ସାରା ରାଜ୍ୟରେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ରୂପାନ୍ତରଣ ବେଶ୍‌ ପରିଲକ୍ଷିତ ହେଉଛି। ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଓ ରାଜ୍ୟର ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!