ବାଙ୍କୀ ଗଡ଼ ପୁଣି ଦଖଲ କରିବ ବିଜେଡି ! ଯୁବନେତା, ଯୁବ ବିଧାୟକ, ବାଙ୍କୀବାସୀଙ୍କ ସୁଖଦୁଃଖରେ କାନ୍ଧ ଦେଉଥିବା ତଥା ବାଙ୍କୀ ବିଜେଡିର କମାଣ ସମ୍ଭାଳିଥିବା ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ପୁଣି ଥରେ ଦଳ ଟିକେଟ ପ୍ରଦାନ କରିଛି । ରାଜ୍ୟର ପ୍ରମୁଖ ନିର୍ବାଚନ ମଣ୍ଡଳୀ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଲଗାତାର ବିଜେଡିର ବିଜୟଧାରା ଜାରି ରହିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ବାଙ୍କୀଗଡ଼ରେ ବିଜେଡିର ବିଜୟ ବାନା ଉଡ଼ାଇବେ ଦେବୀ । ପୂର୍ବ ନିର୍ବାଚନରେ ବିଜେଡ଼ିର ଭୋଟ ହାର ୪୬.୪୪% ଥିବା ବେଳେ ଚଳିତ ନିର୍ବାଚନରେ ଏହି ପ୍ରତିଶତ ବଢ଼ିବା ସହ ଦେବୀଙ୍କ ସହଜ ବିଜୟର ପୂର୍ବାନୁମାନ କରିଛନ୍ତି ଅଞ୍ଚଳର ପୁରୁଖା ରାଜନୈତିକ ବିଶ୍ଲେଷକ ।
ଓଡ଼ିଶା ରାଜନୀତିରେ ଯେଉଁ କେତେଜଣ ଯୁବ ନେତୃତ୍ୱ ରାଜ୍ୟ ରାଜନୀତିରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରୁ ବାଙ୍କୀ ବିଧାୟକ ତଥା ବିଜେଡିର ବରିଷ୍ଠ ଓ ଅଭିଜ୍ଞ ନେତା ପ୍ରଭାତ ରଞ୍ଜନ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଅନ୍ୟତମ । 2019 ସାଧାରଣ ନିର୍ବାଚନରେ ବିପୁଳ ଜନ ସମର୍ଥନ ବିଜୟ ଲାଭ କରିଥିଲେ ଓ ଚଳିତ 2024 ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବାଙ୍କୀରେ ଟିକେଟ ପ୍ରଦାନ କରିଛନ୍ତି। ଛାତ୍ର ରାଜନୀତରୁ ରାଜନୈତିକ ଜୀବନ ଆରମ୍ଭ କରି ପ୍ରଥମ ଥର ବିଧାୟକ ଆସନରେ ଲଢ଼ି ବିଜୟ ସହ ନିଜ ପରିପକ୍ୱତାର ପରିଚୟ ପ୍ରଦାନ କରିଥିଲେ ।
ସଂଗଠନକୁ ସୁଦୃଢ଼ କରିବା, ଯୁବ ରାଜନେତା ହିସାବରେ ସମାଜିକ ପ୍ରଗତି ଓ ପରିବର୍ତ୍ତନ ଲାଗି ଉଦ୍ୟମ କରିବାରେ ସିଦ୍ଧହସ୍ତ ଦେବୀ ରଞ୍ଜନ । ତାଙ୍କର କାର୍ଯ୍ୟଶୈଳୀ ଓ ରାଜନୈତିକ ରଣକୌଶଳ, ନୀତିଗତ ରାଜନୀତି, ନେତୃତ୍ୱ କ୍ଷମତା, ନିର୍ଦ୍ଦେଶ ଦକ୍ଷତା ତାଙ୍କୁ ଦଳର ବରିଷ୍ଠ ନେତାଙ୍କ ସାମ୍ନାରେ ମଧ୍ୟ ଅଭିଜ୍ଞ ଦର୍ଶାଏ । ଦଳରେ ଥିବା ସମସ୍ତ ଯୁବ ରାଜନେତାଙ୍କ ମଧ୍ୟରେ ଦେବୀଙ୍କ ଉପସ୍ଥିତି ଓ ଉପଯୋଗିତା ସର୍ବାଗ୍ରେ ଥିବା ବେଳେ ଦଳର ସୁପ୍ରିମୋଙ୍କ ପ୍ରିୟପାତ୍ର ଦେବୀ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଯୁବ କର୍ଣ୍ଣଧାର ପାଲଟିବେ ଏହା ନିଃସନ୍ଦେହରେ କୁହାଯାଇପାରେ ।
ଦେବୀ ରଞ୍ଜନ ୨୪ ଡିସେମ୍ବର ୧୯୮୭ ମସିହାରେ ବାଙ୍କୀରେ ଜନ୍ମଗ୍ରହଣ କରିଥିଲେ । ଜଣେ ଉଚ୍ଚଶିକ୍ଷିତ ଯୁବ ନେତୃତ୍ବ ଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବାକୁ ବିପୁଳ ଜନସମର୍ଥନ ପାଇଥିଲେ । ଦେବୀ ରଞ୍ଜନ ଛାତ୍ରାବସ୍ଥାରୁ ସକ୍ରିୟ ଭାବରେ ରାଜନୀତିରେ କାର୍ଯ୍ୟ କରୁଥିଲେ । ବିଜୁ ଛାତ୍ର ଜନତାରେ ସେ ଜିଲ୍ଲା ସଂପାଦକରୁ ଆରମ୍ଭ କରି ରାଜ୍ୟ ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରିବା ସହ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ସେ ନିଜର ରାଜନୈତିକ କ୍ୟାରିୟରର । ପିତାଙ୍କ ନୀତିଆଦର୍ଶକୁ ପାଥେୟ କରି ସାଧାରଣଲୋକଙ୍କ ସୁଖଦୁଃଖରେ ଭାଗୀଦାରୀ ହେଉଥିଲେ । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ରାଜନୀତିରେ ଫଳପ୍ରଦ ସାବ୍ୟସ୍ତ କରିଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ଦେବୀ ବିଜେଡିକୁ ଟିକେଟ ପାଇଥିଲେ । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ତାଙ୍କ ବିପକ୍ଷ ପ୍ରାର୍ଥୀ ହୋଇଥିଲେ । ଭାରତୀୟ ଜନତା ପାର୍ଟିରୁ ଶୁଭ୍ରାଂଶୁ ମୋହନ ପାଢ଼ୀ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ଯୁବନେତା ଭାବରେ ଦେବୀ ନିଜର ଲୋକପ୍ରିୟତା, ନେତୃତ୍ୱ ଓ ଜନତାଙ୍କ ବିଶ୍ୱାସ ଓ ଭରସା ଆଧାରରେ ବିଜୟ ଲାଭ କରି ପୁରୁଖା ରାଜନେତାଙ୍କୁ ପରାସ୍ତ କରିଥିଲେ । ଦେବୀ ରଞ୍ଜନଙ୍କୁ ୭୪,୫୯୯ ଖଣ୍ଡ ଭୋଟ ମିଳିଥିବାବେଳେ ଦେବାଶିଷଙ୍କୁ ମିଳିଥିଲା ୫୦,୪୮୧ ଖଣ୍ଡ ଭୋଟ୍ ଓ ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁଙ୍କୁ ମିଳିଥିଲା ୩୨,୫୪୧ ଖଣ୍ଡ ଭୋଟ୍ । ବିଜେଡ଼ିର ଭୋଟ ହାର ୪୬.୪୪%, କଂଗ୍ରେସର ଭୋଟହାର ୩୧.୪୩% ଓ ବିଜେପିର ଭୋଟହାର ୨୦.୨୬% ଥିଲା । ତେବେ ଏଥିର ପୁଣି ଥରେ ଦେବୀ ରଞ୍ଜନଙ୍କ ବଢ଼ୁଥିବା ଲୋକପ୍ରିୟତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରତି ଜନତାଙ୍କ ଭରସା ବାଙ୍କୀରେ ବିଜେଡିର ବିଜୟ ରଥ ଅଗ୍ରସର କରିବ ।

