ଜୀ ସାର୍ଥକର ନୂଆ ମେଗା ଧାରାବାହିକ “ଭାଗ୍ୟରେଖା” ଆସନ୍ତା ୨୨ ଏପ୍ରିଲ ରାତି ୯:୩୦ରୁ ପ୍ରସାରଣ

ଜୀ ସାର୍ଥକ ତା’ର ଅଗଣିତ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ କାହାଣୀ ଉପହାର ଦେବା ଅବ୍ୟାହତ ଜାରି ରଖିଛି । ନାରୀ ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀକୁ ତୀକ୍ଷ୍ଣ ନଜର ରଖିବା ସହିତ ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଇ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ଧାରାବାହିକ । ସେଇ ପରିପ୍ରେକ୍ଷୀରେ ଜୀ ସାର୍ଥକ ପ୍ରସ୍ତୁତ ନୂଆ ଧାରାବାହିକ “ଭାଗ୍ୟ ରେଖା” ଆସନ୍ତା ଏପ୍ରିଲ ୨୨ ତାରିଖ ଠାରୁ ପ୍ରତ୍ୟେକ ସୋମବାର ରୁଶୁକ୍ରବାର ରାତି ୯:୩୦ ରୁ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ।
ପରିବାର, ପ୍ରେମ ଏବଂ ପୁନର୍ମିଳନର ଏକ ହୃଦୟସ୍ପର୍ଶୀ କାହାଣୀ “ଭାଗ୍ୟ ରେଖା” । ଦୀର୍ଘ ଦିନରୁ ମାଆଙ୍କ ଠାରୁ ଦୂରେଇଥିବା ରେଖା ଏବଂ ଶିଖା ଦୁଇ ଭଉଣୀ ସେମାନଙ୍କର ମାଆ ଙ୍କ ସହ ମିଶିବାକୁ ଏକ ପ୍ରୟାସ କରୁଛନ୍ତି । ଏଥିରେ କ’ଣ ସେମାନେ ସଫଳ ହେଉଛନ୍ତି ନା ଅଧିକରୁ ଅଧିକ‌ ପ୍ରତିବନ୍ଧ ର ସାମ୍ନା‌ କରୁଛନ୍ତି ?

ଏହି ସମୟରେ, ରେଖା ଅପ୍ରତ୍ୟାଶିତ ଭାବରେ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଭାଗ୍ଯଙ୍କ ସହ ଦେଖା ହୁଏ ଏବଂ ସେମାନଙ୍କ ଜୀବନର ନାଟକରେ ଆଉ ଏକ ସ୍ତର ଯୋଡ଼ି ହୋଇଯାଏ ।
ଭାଗ୍ଯ ନାମକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ସୀତାଙ୍କ ଅତୀତ ଏବଂ ରେଖା ଆଶ୍ରୟ ନେଇଥିବା ଆଶ୍ରମ ସହ ଜଡ଼ିତ ଥିଲେ ବୋଲି ଜଣା ପଡେ ତା’ପରେ କାହାଣୀରେ ଘଟେ ଟ୍ବିଷ୍ଟ । ରେଖା ଚରିତ୍ରରେ ଅଭିନୟ କରୁଥିବା ଚୁଲବୁଲି ନାୟିକା ସୁମନ ପଟ୍ଟନାୟକ ଜଣେ ଆୟୁର୍ବେଦିକ ଡାକ୍ତର ଭୂମିକାରେ ଆସୁଛନ୍ତି । ରେଖା ଏମିତି ଜଣେ ଝିଅ ଯିଏ ସବୁ ପରିସ୍ଥିତି କୁ ହସି ହସି ସାମ୍ନା କରୁଛି । ସେ ତାର ଆଶା ଆଉ ଆକାଂକ୍ଷା କୁ ନିଜର ଶକ୍ତି ବୋଲି ବୁଝିଥାଏ । ହେଲେ ଗୋଟେ ପଟେ ତା ଭାଗ୍ୟରେଖା ରେ କଣ ଅଛି ସେ ଜାଣି ନାହିଁ ଅନ୍ୟପଟେ ଜୀବନର ଏଇ ଦୋଛକିରେ ଯେତେବେଳେ ରେଖାର ଭାଗ୍ୟ ସହ ଦେଖା ହେବ, କେଉଁଆଡେ ଟାଣିନେବ ତା ଭାଗ୍ୟରେଖା । ଏ କଥା ରେଖା ଜାଣିଛି ନା ଦର୍ଶକ । ଏସବୁ ଘଟଣା ଜାଣିବାକୁ ଆଉ ଅଳ୍ପ ଦିନର ଅପେକ୍ଷା ।

ଜୀ ସାର୍ଥକ ପ୍ରସ୍ତୁତ ଏହି‌ ନୂଆ‌ ମେଗା ଧାରାବାହିକ‌ “ଭାଗ୍ୟରେଖା”
ପ୍ରଯୋଜକ ବିଜୟ ବାରିକ ଙ୍କ ସାନଭି ପ୍ରଡ଼କସନ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ରେଖା ଭୂମିକା ରେ ଚୁଲବୁଲି ନାୟିକା ସୁମନ ଏବଂ ନାୟକ ଭାଗ୍ୟ ଚରିତ୍ରରେ ଜୟଜିତ ଅଭିନୟ କରୁଛନ୍ତି
ଅନ୍ୟାନ୍ୟ ଭୂମିକାରେ ଦର୍ଶକଙ୍କର ଅଧିକ ପସନ୍ଦିତ କଳାକାରମାନେ ନଜର ଆସିବେ ।
ଜୀ ସାର୍ଥକର ଏହି ନୂଆ ମେଗା ଧାରାବାହିକ “ଭାଗ୍ୟ ରେଖା ” ସମସ୍ତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି‌ ଜୀ ସାର୍ଥକର ଚିଫ୍‌ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍‌ ପ୍ରକାଶ କରିଛନ୍ତି ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!