୩ୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ବହୁମତ ପାଇସାରିଲାଣି

ବେତନଟୀରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ସୋମବାର ବେତନଟୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଆଉ ବିଜୁଳି ବିଲ୍ ଛାଡ କରିବେ । ଏହାପରେ ଦ୍ୱିତୀୟ ଦସ୍ତଖତ କରିବେ ଏବଂ ସମସ୍ତେ ବିଏସକେୱାଇ କାର୍ଡ ପାଇବେ ।

ସେହିପରି ତୃତୀୟ ଦସ୍ତଖତ କରିବା ସହିତ ୬୦ ବର୍ଷ ପରେ ମିଶନ ଶକ୍ତି ମାଆମାନଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ଅନ୍ୟପଟେ ସେ କହିଛନ୍ତି ୩ୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ବହୁମତ ପାଇସାରିଲାଣି । ଯଦି ବିଜେପି ଏଠି ସରକାର ଗଠନ କରିବ ତେବେ ମିଶନ ଶକ୍ତି, ବିଏସକେୱାଇ ଯୋଜନା ବନ୍ଦ କରିବ ।

ତେବେ ମିଶନ ଶକ୍ତିକୁ ଯିଏ ବନ୍ଦ କରିବାକୁ ଷଡଯନ୍ତ୍ର କରିବ, ମାଆମାନେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ଏଥିସହ ବିଜେପି ଓଡିଶାରେ ସରକାରକୁ ଆସିଲେ ଓଡିଶା ୨୫ ବର୍ଷ ପଛକୁ ଚାଲିଯିବ ବୋଲି ସେ କହିଛନ୍ତି ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!