ଭାଙ୍ଗିଯିବ ବିଜେଡ଼ି, କେମିତି ରକ୍ଷା କରିବେ ନବୀନ

ବିଏମ୍‌ସି ମେୟରଙ୍କ ପାଇଁ ବଢିଲା ଅଡୁଆ। ବିଏମ୍‌ସି କର୍ପୋରେଟର ଅଲଗା ଅଲଗା ବୈଠକ ପରେ ବଢିଲା ଚର୍ଚ୍ଚା। ଭାଙ୍ଗିଯିବ କି ଭୁବନେଶ୍ବର ବିଜେଡି? ଗୋଟିଏ ପଟେ ପ୍ରତାପ ଦେବଙ୍କ ଘରେ ବୈଠକ। ଆଉ ଅନ୍ୟପଟେ ହୋଟେଲରେ ଏକାଠି ହେଲେ ଅନ୍ୟ ଏକ ଗୋଷ୍ଠୀ।

ସୂଚନା ମୁତାବକ, ପ୍ରତାପ ଦେବଙ୍କ ଘରେ ହୋଇଥିବା ବୈଠକରେ ସାମିଲ ହୋଇଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ। ଏହି ବୈଠକରେ କର୍ପୋରେଟର ଅମରେଶ ଜେନା ମଧ୍ୟ ସାମିଲ ହୋଇଛନ୍ତି। ଆଉ ବୈଠକ ପରେ ଅମରେଶ ଜେନା କହିଛନ୍ତି, ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା।

ଦଳରେ ବିଭୀଷଣ ଅଛନ୍ତି। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ହେଲେ ଏପରି ହେବାକୁ ଦିଆଯିବ ନାହିଁ। ବିଏମ୍‌ସି କି ସିଏମ୍‌ସି ହେଉ ସବୁଠି ବିଜେଡି ଏକଜୁଟ୍ ଅଛି। ଅନ୍ୟପଟେ ଭୁବନେଶ୍ବରର ଏକ ହୋଟେଲରେ ୨୪ ଜଣ କର୍ପୋରେଟର ଏକାଠି ହୋଇଛନ୍ତି। ସମସ୍ତେ ଏକଜୁଟ ହୋଇ ଥିବା କହିଛନ୍ତି କର୍ପୋରେଟର। ବିଜେଡି ସରକାର ଯିବା ପରେ କର୍ପୋରେଟଙ୍କ ମଧ୍ୟରେ ଥିବା ଫାଟ ପଦାରେ ପଡିଛି। ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି। ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରୁଛନ୍ତି ନେତା ଓ କର୍ପୋରେଟର।

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!