ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ସୁମଦ୍ରକୂଳରେ ପୁରୀରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି।
ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ଯିବାକୁ ଅନୁମତି ନଥିଲା। ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ।
ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ ।

