ନବୀନଙ୍କ ପ୍ରଚାର, ‘ଭଲ ପ୍ରାର୍ଥୀ ଦେଖି ଭୋଟ୍ ଦିଅନ୍ତୁ’

ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରଚାର ପାଇଁ ନବୀନ ଗଞ୍ଜାମ ଜିଲ୍ଲା କନିଷି ଜନସଭାରେ ସମ୍ବୋଧନ କରିଛନ୍ତି। ଆପଣମାନେ ଭଲ ଅଛନ୍ତି କି ? ସମ୍ଵୋଧନରେ ପଚାରି ବୁଝିଛନ୍ତି। ଏହା ସହ BSKY, ମମତା ଯୋଜନା, 5T ସ୍କୁଲ ରୂପାନ୍ତରିକରଣ ଭଲ ଲାଗୁଛି କି ନାହିଁ ପଚାରିଛନ୍ତି। ସେ ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ଏତଦ୍ ବ୍ୟତୀତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ଯୋଜନା, ଚାଷୀଙ୍କ କାଳିଆ ଯୋଜନା, ଓ ନିଜେ ନବୀନ ପଟ୍ଟନାୟକ ଭଲ କି ନାହିଁ ବୋଲି ପଚାରି ବୁଝିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଭୋଟ କରନ୍ତୁ ନାହିଁ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆପଣମାନେ ଏତେ ଖରାରେ ଆସିଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ। ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଜିତାନ୍ତୁ।

ଏହି ଅବସରରେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ, ଆମେ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା।

ସୂଚନାନୁଯାୟୀ, ବ୍ରହ୍ମପୁର କନିଷି ଠାରେ ଆୟୋଜିତ ସାଧାରଣ ସମାବେଶରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ଅଛନ୍ତି। ସାଧାରଣ ସଭାକୁ ସାଂସଦ ମାନସ ମଙ୍ଗରାଜ ସ୍ଵାଗତ ଜଣାଇଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!