ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ । ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ, ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି ।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ସମସ୍ତ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ଅଛି କରି ରଖିଛୁ । ଗତଥର ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ପୁରୁଣା ତାଲା ଭଙ୍ଗାଯାଇଛି । ଭିତର ରତ୍ନଭଣ୍ଡାରରେ ଏବେ ନୂଆ ଦୁଇଟି ତାଲା ପଡିଛି । ଦୁଇଟି ନୂଆ ତାଲାର ଚାବି ଟ୍ରେଜେରୀରେ ରହିଛି । ଟ୍ରେଜେରୀରୁ ଚାବି ନେଇ ପୁଣିଥରେ ରତ୍ନଭଣ୍ଡାର ତାଲା ଖୋଲାଯିବ ।

