ବାପାଙ୍କ ପରେ ଝିଅ। ଆସିକା ନିର୍ବାଚନ ମଣ୍ଡଳୀର ସାଂସଦ ଅନୀତା ପ୍ରିୟଦର୍ଶିନୀ। ଅନୀତା ଶୁଭଦର୍ଶିନୀ ଜଣେ ଓଡିଆ ରାଜନୀତିଜ୍ଞ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । 2024 ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।ଗଞ୍ଜାମର ବରିଷ୍ଠ ନେତା ଭାବେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ।

ଅନୀତା ଶୁଭଦର୍ଶିନୀ ବିଜେପିର ରାଜନେତା ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏହି ନିର୍ବାଚନରେ, ସେ ସମୁଦାୟ ୪,୯୪,୨୨୬ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ୯୯,୯୭୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
୨୦୧୯ ନିର୍ବାଚନରେ ଏହି ଆସନରୁ ଅନୀତା ବିଜେପିରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ତାଙ୍କୁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋୟୀ ୨ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ହେଲେ, ଏଥର ଗଞ୍ଜାମ ସମେତ ଆସ୍କା ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ବଦଳିଥିବାରୁ, ଅନୀତା ଓ ରଞ୍ଜିତାଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ସୂଚନାଯୋଗ୍ୟ ଯେ, ଆସ୍କା ଲୋକସଭା ଆସନରୁ ୨୦୦୯, ୨୦୧୪, ୨୦୧୯ରେ ଲଗାତାର ଭାବେ ବିଜେଡି ବିଜୟୀ ହୋଇ ଆସୁଛି । ତେବେ ଏଥର ଆସ୍କାରେ ବିଜେପିର ବିଜୟ ହୋଇଥିଲା।

1998 ମସିହାରୁ କ୍ରମାଗତ ବିଜେଡିର ଗଡ଼ ଭାବେ ରହିଆସିଥିବା ଗଞ୍ଜାମ ଜିଲ୍ଲାର ଏହି ଆସନରେ ଦିନେ ମୁଖ୍ୟମନ୍ତ୍ରୀ ନବୀନ ନିଜେ ଉପନିର୍ବାଚନ ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ । କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଗତଥର ଏହି ଆସନ ବିଜେଡି ଖାତାକୁ ଯାଇଥିବାବେଳେ ଏଥର ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ପ୍ରାୟ 1 ଲକ୍ଷ (99,974) ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଅନୀତା ଶୁଭଦର୍ଶିନୀଙ୍କୁ ମୋଟ 4 ଲକ୍ଷ 94 ହଜାର 226 ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ 3,94,252 ଖଣ୍ଡ ଭୋଟ ସହ ଦ୍ବିତୀୟ ସ୍ଥାନ ଓ କଂଗ୍ରେସର ଦେବକାନ୍ତ ଶର୍ମା 75255 ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

