ନୀଳଗିରି ଡେପୁଟି କଲେକଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍। ସରକାରୀ ଟଙ୍କା ହଡପ ଅଭିଯୋଗରେ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବାରିପଦାରେ ବିଡିଓ ରହିଥିବାବେଳେ ଓଏମବିଏଡିସି ଫଣ୍ଡସରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଛି । ବିଡିଓ ଥିବା ସମୟରେ, ପରୀକ୍ଷିତ ଜେନା ୧ କୋଟି ୧ ଲକ୍ଷ ୩ହଜାର ୨୧୫ ଟଙ୍କା ଠକେଇ କରିଥିବା ନେଇ ପ୍ରମାଣ ମିଳିବା ପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ନୀଳଗିରି ବାଲିଗୋହିରୀ ସ୍ଥିତ ଭଡା ଘରେ ଏବଂ ବାରିପଦା ସ୍ଥିତ ଘରେ ଏକାସଙ୍ଗେ ଚାଲିଛି ଚଢାଉ । ଓଡ଼ିଶା ଭିଜିଲାନ୍ସ ବିଭାଗର ୬ଜଣିଆ ଟିମ୍, ୨ଜଣ ଆଡିସନାଲ ଏସପି, ୪ଡିଏସପି, ୬ ଜଣ ଇନସ୍ପେକ୍ଟର, ୭ ଏଏସଆଇଙ୍କ ସମେତ ଅନ୍ୟ ସହଯୋଗୀ ଅଧିକାରୀ ଏହି ଚଢ଼ାଉରେ ସମ୍ପୃକ୍ତି ହୋଇଛନ୍ତି ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!