ମା’ ହେଲା ସିଂହୀ ବିଜ୍‌ଲି, ଜନ୍ମ ଦେଲା ୫ ଶାବକ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିଜ୍‌ଲୀ ଦେଲା ଖୁସି ଖବର । ଚତୁର୍ଥ ଥର ପାଇଁ ମା’ ହେଲା ସିଂହୀ ବିଜ୍‌ଲୀ । ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ବିଜ୍‌ଲୀ ଓ ସମ୍ରାଟ ମିଳନରେ ୫ଟି ଶାବକ ଜନ୍ମ ଦେଇଛି ବିଜ୍‌ଲୀ । ସମସ୍ତ ଶାବକଙ୍କର ବିଜ୍‌ଲୀ ନିଜେ ଯତ୍ନ ନେଉଥିବା ବେଳେ ଖୁଆଡକୁ ସିସିଟିଭି ସର୍ଭେଲାନ୍ସରେ ରଖଆଯାଇଛି। ଏକ ବିଶେଷ ଡାକ୍ତରୀ ଟିମ୍ ବିଜ୍‌ଲୀ ଏବଂ ତାର ଶାବକ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ମା’ ହୋଇଥିଲା ବିଜ୍‌ଲୀ । ଏହାପରେ ଦ୍ବିତୀୟ ଥର ୨୦୨୨ ମାର୍ଚ୍ଚ ମାସରେ ଏବଂ ତୃତୀୟ ଥର ପାଇଁ ୨୦୨୨ ନଭେମ୍ବର ମାସରେ ମା’ ହୋଇଥିଲା ବିଜ୍‌ଲୀ । ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ଇନ୍ଦୋର ଚିଡିଆଖାନାରୁ ବିଜ୍‌ଲୀକୁ ଅଣାଯାଇଥିଲା । ବର୍ତ୍ତମାନ ବିଜ୍‌ଲୀକୁ ୯ ବର୍ଷ ବୟସ ହୋଇଛି ।

Post Views86 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!