ଏସିଆନ ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନକୁ ୨-୧ ରେ ହରାଇ ସେମିରେ ଭାରତ

ପାକିସ୍ତାନକୁ ଧୁଳି ଚଟାଇଲା ଭାରତ। ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପାକିସ୍ତାନକୁ ୨-୧ ରେ ହରାଇ ନିଜର ଅପରାଜେୟ ଧାରା ଜାରି ରଖିଛି ଭାରତ। ଏହା ସହ ଭାରତୀୟ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଲଗାତାର ପଞ୍ଚମ ଥର ବିଜୟୀ ହୋଇଛି। ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ଅପରାଜେୟ ଭାରତୀୟ ଟିମ୍ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ ଦୁଇଟି ଗୋଲ୍ ଦେଇଥିଲେ। ପାକିସ୍ତାନ ପକ୍ଷରୁ ନଦୀମ ଅହମ୍ମଦ ଏକମାତ୍ର ଗୋଲ୍‌ କରିଥିଲେ। ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଏହା ପାକିସ୍ତାନର ପ୍ରଥମ ମ୍ୟାଚ୍ ଥିଲା।

ଭାରତକୁ ଆଜି ହରାଇବାକୁ ପାକିସ୍ତା ଚେଷ୍ଟା କରିଥିଲେ ମଧ୍ୟ ସବୁ ଉଦ୍ୟମ ଫେଲ ମାରିଛି। ନଦୀମ ଅହମ୍ମଦ ୮ ମିନିଟ୍‌ରେ ଭାରତକୁ ପ୍ରଥମ ଗୋଲ୍ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ବିରୋଧି ଟିମ୍‌ ଭାରତ ବିରୋଧରେ ପ୍ରଥମ ଗୋଲ୍‌ କରିଥିଲା। ଏହାପରେ କ୍ୟାପଟେନ୍ ହରମନପ୍ରୀତ ସିଂହ ୧୩ ମିନିଟ୍‌ ପରେ ପେନାଲ୍ଟି କର୍ଣ୍ଣ ଜରିଆରେ ଭାରତର ଖାତା ଖୋଲିଥିଲେ ଓ ସ୍କୋର ସମାନ କରିଥିଲେ। ୧୯ ମିନିଟ୍‌ରେ ଅଳିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମ୍‌ର କ୍ୟାପଟେନ୍ ହରମନପ୍ରୀତ ଦ୍ବିତୀୟ ଗୋଲ କରିଥିଲେ। ପାକିସ୍ତାନ ବାରମ୍ବାର ସ୍ଥିତି ବରାବର କରିବାକୁ ଉଦ୍ୟମ କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ହାଫ ଟାଇମ ସୁଦ୍ଧା ମ୍ୟାଚ୍‌ର ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା।

ତୃତୀୟ କ୍ୱାର୍ଟର ଏବଂ ୪ର୍ଥ କ୍ୱାର୍ଟରରେ ମଧ୍ୟ ପାକିସ୍ତାନ ଭାରତକୁ ଗୋଲ୍‌ ଦେବାରେ ସମର୍ଥନ ହୋଇନଥିଲା। ମ୍ୟାଚ ସରିବାକୁ ୧୦ ମିନିଟ ବାକି ଥିବା ବେଳେ ପାକିସ୍ତାନର ଅଶରଫ ରାଣା ଡି’ ଓ ଜୁଗରାଜ ପରସ୍ପର ସହ ଧକ୍କା ଲାଗିଯାଇଥିଲେ। ଏହାପରେ ପାକିସ୍ତାନୀ ଖେଳାଳିଙ୍କୁ ୟେଲୋ କାର୍ଡ ମିଳିଥିଲା ଓ ୧୦ ମିନିଟ୍ ପର୍ଯ୍ୟନ୍ତ ବାହାରେ ରହିଥିଲେ। ପାକିସ୍ତାନ ଟିମ୍ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ସେହିପରି ମ୍ୟାଚ୍‌ ସରିବାକୁ ୫ ମିନିଟକୁ କମ ସମୟ ଥିବା ବେଳେ ମନପ୍ରୀତି ସିଂହଙ୍କୁ ୟେଲୋ କାର୍ଡ ମିଳିଥିଲା। ତେଣୁ ସେ ବାକି ମ୍ୟାଚ୍‌ରେ ଆଉ ଖେଳି ପାରି ନଥିଲେ। ତଥାପି ଭାରତ ଶେଷରେ ୨-୧ରେ ପାକିସ୍ତାନକୁ ହରାଇବାକୁ ସକ୍ଷମ ହୋଇଥିଲା।

ଉଲ୍ଲେଖନୀୟ ଯେ, ଭାରତ ଆୟୋଜକ ଚାଇନା, ତାପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Post Views51 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!