ଆଜି ବିଶ୍ୱକର୍ମା ପୂଜା ଝଲସୁଛି ନାଲକୋନଗର

ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି ।ଅନୁଗୁଳ ନାଲକୋନଗରରେ ବେଶ ଧୁମଧାମରେ ପାଳନ ହେଉଛି ବିଶ୍ବକର୍ମା ପୂଜା । ଚଳିତ ବର୍ଷ ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ କରାଯିବ ଦେବଶିଳ୍ପୀଙ୍କ ଆବାହନ । କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ହୋଇଛି ମୂର୍ତ୍ତି ନିର୍ମାଣ। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଦେବ ଶିଳ୍ପୀ ବିଶ୍ବକର୍ମା ।

ସେହିପରି ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ଛୋଟବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା ଆୟୋଜନ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!