କାଲି ପୂର୍ବାହ୍ନରେ ଭୁବନେଶ୍ବର ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଗସ୍ତ ସଂପର୍କୀତ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ବିମାନ ଯୋଗେ ୧୭ ତାରିଖ ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ୧୧ଟା ୧୦ରେ ସିଧାସଳଖ ଗାଢ଼କଣା ବସ୍ତିକୁ ଯିବେ। ସେଠାରେ ୩୦ ମିନିଟ୍ ରହି ପିଏମ୍ ଅବାସର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ତାପରେ ୧୧ଟା ୫୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ପ୍ରାୟ ୧ ଘଣ୍ଟା ରହି ୧ଟା ୨୦ ସମୟରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଲାଗିବ। ଜୟଦେବ ବିହାରରୁ ନାଲକୋ ଛକ, ନାଲକୋ ଛକରୁ ଜୟଦେବ ବିହାର ଯାଏ ଏହି କଟକଣା ବଳବତ୍ତର ରହିବ। ଲୋକେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡ଼କୁ ଯିବା ପାଇଁ ଡମଣା ଛକରୁ ବାମକୁ ଯିବେ। ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଗଲେ ଆଚାର୍ଯ୍ୟ ବିହାର ସୈନିକ ସ୍କୁଲ ଦେଇ ଯିବେ। ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଫାୟାର ଓ ଆମ୍ବୁଲାନ୍ସ ପାଇଁ କୌଣସି କଟକଣା ଜାରି ହୋଇନାହିଁ।
ତେଣେ ମୋଦୀଙ୍କ ଗସ୍ତକୁ ନେଇ ଆଜି କାରକେଡ ରହିରସଲ ହେଉଛି। ବିମାନବନ୍ଦରରୁ ଜନତା ମଇଦାନ ଯାଏ ରହିରସଲ ହେଉଥିବା ଜଣାଯାଇଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!