ଅତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଅତିଶୀ। ଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଦଳ ବୈଠକ ପରେ ଅତିଶୀଙ୍କ ନାମ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେବା ପରେ ବିଧାୟକମାନେ ଏଥିରେ ରାଜି ହୋଇଥିଲେ। ଆଜି ଅପରାହ୍ନ ୪.୩୦ରେ କେଜ୍ରିୱାଲ ଇସ୍ତଫା ଦେବା ପରେ ସେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ରାଜନୈତିକ ବ୍ୟାପାର କମିଟି (ପିଏସି)ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଅତିଶୀଙ୍କ ନାମ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ। ସେପ୍ଟେମ୍ବର ୧୩ରେ ଜାମିନ ମିଳିବାରୁ କେଜ୍ରିୱାଲ ଜେଲରୁ ବାହାରିଥିଲେ । ଜେଲରୁ ବାହାରିବା ପ‌ରେ ସେ ତୁରନ୍ତ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

 

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!