ହଠାତ୍ ଟ୍ରେନରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ବ୍ରହ୍ମପୁର ଷ୍ଟେସନରୁ ଟ୍ରେନରେ ଚଢି ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ସେ ଟ୍ରେନଟି ଥିଲା ବନ୍ଦେ ଭାରତ ଟ୍ରେନ। ଯିବାର କାରଣ ହେଲା ଯେ, ସେ ବ୍ରହ୍ମପୁର ଷ୍ଟେସନରେ ଏହି ଟ୍ରେନର ଉଦଘାଟନ ସମାରୋହରେ ଯୋଗ ଦେଇଥିଲେ। ଏହା ପରେ ସେ ଟ୍ରେନରେ ଯାତ୍ରୀଙ୍କ ମତାମତ ନେବା ପାଇଁ ଟ୍ରେନ ଯାତ୍ରା କରିଥିଲେ। ସେଠାରୁ ପୁଣି ସେ ଗାଡିରେ ଭୁବନେଶ୍ବର ଫେରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ଓଡିଶା ପାଇଁ ତିନୋଟି ବନ୍ଦେ ଭାରତ ଟ୍ରନର ଶୁଭାରମ୍ଭ କରିଥିଲେ। ସେଗୁଡିକ ହେଲା ଟାଟା ନଗର ବ୍ରହ୍ମପୁର, ରାଉରକେଲା ହ୍ବାଓଡା ଏବଂ ରାୟପୁର ବିଶାଖପାଟଣା ଟ୍ରେନଟି ଓଡିଶା ଦେଇ ଗତିକରିବ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହେଲା ବୋଲି କହିଛନ୍ତି।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!