ପ୍ରତ୍ୟାଶା ରାୟ ପାଇବେ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା

ଓଡ଼ିଶାର କ୍ରୀଡ଼ାରେ ଏକ ଅନନ୍ୟ କୃତିତ୍ୱ ପାଇଁ, ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଇଛି।

ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ। ତାଙ୍କ ସହ ଜାତୀୟ ଓ ଆର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବାଡମିଣ୍ଟନ୍ ଖେଳାଳି ତନ୍ୱୀ ପତ୍ରୀ, ପ୍ରତ୍ୟେକଙ୍କୁ ଏହ ବର୍ଷ ଠାରୁ ୧ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୧.୫ ଲକ୍ଷ ଟଙ୍କା ଓ ମାନପତ୍ରରେ ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।

ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ।ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ଜୟନ୍ତ ପଣ୍ଡା କହିଲେ, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ। କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ। ଏକଲବ୍ୟ ପୁରସ୍କାର କମିଟିର ଆବାହକ ଶଶାଙ୍କ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!