ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ

ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ। ଅଭିଯୁକ୍ତଙ୍କ ଗିରଫ ଦାବି କରି ରାଲିବେଳେ ପୋଲିସ୍ ଉପରକୁ ପଥର ମାଡ଼ ହୋଇଥିବାରୁ ଆହତ ହୋଇଛନ୍ତି ୩ ପୋଲିସ ଅଧିକାରୀ। ତା’ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ୍ଚ କରିଛି । ତା’ସହ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତାର ଧାରା-୧୬୩ ।

ପୁରୁଣା ବଜାର ଥାନା ଇଲାକାରେ ଲାଗିଛି ଏହି ଧାରା। ମିଳିଥିବା ସୂଚନା ଅନୁଯାୟୀ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟକୁ ନେଇ ବିବାଦ ଉପୁଜିବାରୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଭଦ୍ରକ ସହରରେ ରାଲି କରି ରାସ୍ତା ଅବରୋଧ କରୁଥିଲେ । ଏହାକୁ ବାରଣ କରିବାକୁ ଯାଇଥିଲା ପୋଲିସ । ଏହି ସମୟରେ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି ।

ସଂପୃକ୍ତ ଗୋଷ୍ଠୀ ପଥର ମାଡ଼ରେ ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏସଆଇ ରୋଜେନ୍ ମୁର୍ମୁ ଏବଂ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ଆହତ ହୋଇଛନ୍ତି। ଉତ୍ତେଜନା ବଢ଼ୁଥିବା ଦେଖି ଘଟଣାସ୍ଥଳରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ବି କରିବାକୁ ପଡ଼ିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ପୋଲିସ ସହରରେ କରିଛି ଫ୍ଲାଗମାର୍ଚ୍ଚ ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!