ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୭ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ ଟି ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯିବ। ଯେପରିକି ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା (୮୫% ସରକାର ଦେବେ, ୧୫%ଚାଷୀ ଦେବେ ), ବାଛୁରୀ ମାନଙ୍କୁ ଖାଦ୍ୟ ଯୋଗାଣ, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନସେଟିଭ ପାଇଁ ପ୍ରସ୍ତାବ ରହିଛି। ଆଗାମୀ ୫ ବର୍ଷରେ ଏଥି ପାଇଁ ୧୪୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି।

ସେହିପରି ଓଡ଼ିଶା ଉଚ୍ଚ ନିୟାଳୟର କର୍ମଚାରୀଙ୍କ ପାଇଁ ୫୫୦ଟି ଷ୍ଟାଫ କ୍ବାଟର ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଷ୍ଟାଫ କ୍ବାଟର ୩୦ ମାସ ମଧ୍ୟରେ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୦ଗୋଟି ଡି-ଟାଇପ ଏବଂ ୩୫୦ ଗୋଟି ଇ-ଟାଇପ) ନିର୍ମାଣ ସହ କମ୍ୟୁନିଟି ହଲ ଏବଂ ଖେଳ ପଡ଼ିଆ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବାସଗୃହ କଟକ ସିଡିଏ ସ୍ଥିତ ସେକ୍ଟର -୧୩ ଅଞ୍ଚଳରେ ନିର୍ମାଣ କରାଯିବ । ଏଥି ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଘରୋଇ ଡିଲରଙ୍କୁ ସୁବିଧା ମିଳିଛି। ସେମାନଙ୍କ ଲାଇସେନ୍ସ ଅବଧି ଆଉ ଦେଢ଼ ବର୍ଷ ବଢ଼ାଯାଇଛି। ୨୦୨୬ରେ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ଲାଇସେନ୍ସ ଅବଧି ବଢିବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ।

ସେହିପରି ନୂତନ ଅପରାଧିକ ଆଇନ ପ୍ରଣୟନ ପ୍ରରିପେକ୍ଷୀରେ ଜୁଡିସିଆଲ୍‌ ଅଧିକାରୀମାନଙ୍କର ନୈତିକ ଓ ଆଇନଗତ କର୍ତ୍ତବ୍ୟ, କୋର୍ଟ ପରିଚାଳନା ଏବଂ ପ୍ରଶାସନିକ ଦକ୍ଷତାକୁ ଆଲୋକିତ କରିବା ପାଇଁ ଓଡ଼ିଶା ସୁପ୍ରିମୋ ଜୁଡିସିଲଆଲ୍‌ ସର୍ଭିସ ଏବଂ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ନିୟମ, ୨୦୦୭କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଛନ୍ତି। ସେହିପରି ରାଜ୍ୟ କ୍ୟାବିନେଟ ସରକାରୀ ପରିସଂଖ୍ୟାନ ସମ୍ପର୍କିତ ପ୍ରସ୍ତାବିତ ତଥ୍ୟ ପ୍ରସାରଣ ନୀତି, ୨୦୨୪ରେ ଉପସ୍ଥାପିତ ହୋଇ ଅନୁମୋଦନ ପ୍ରାପ୍ତ ହୋଇଛି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!