ଓଡିଶାର ପ୍ରମୁଖ ଶିଳ୍ପ ସଂଘ ଓଡ଼ିଶାର ପ୍ରମୁଖ ଶିଳ୍ପ ୟୁସିସିଆଇ(ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ)ର ନୂଆ ସଭାପତି ଭାବେ ଏସ୍ଏସ୍ଏମ୍ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ପ୍ରବୋଧ ମହାନ୍ତି ନିର୍ବାଚିତ ହୋଇଛନ୍ତି। ୨୦୨୪ରୁ ୨୦୨୬ ପର୍ଯ୍ୟନ୍ତ ଦୁଇବର୍ଷ ପାଇଁ ଏହି ସେ ଦାୟିତ୍ଵ ସମ୍ଭାଳିବେ।
ୟୁସିସିଆଇର ସଭାପତି ଭାବେ ଶ୍ରୀ ମହାନ୍ତି ନିର୍ବାଚିତ ହୋଇଥିବାବେଳେ ଉପସଭାପତି (ଶିଳ୍ପ) ଭାବେ ଜେକେ ରଥ ,ଉପ ସଭାପତି ଜେନେରାଲ ଭାବେ ଗିରିଧରିଲାଲ ଶର୍ମା ଏଵଂ ଉପସଭାପତି କମର୍ସିଆଲ ଭାବେ ମୁରଲୀ ଜାମୁଲା ନିର୍ବାଚିତ ହୋଇଛନ୍ତି। ଏଥିସହିତ ସଂଘର ସାଧାରଣ ସଂପାଦକ ଭାବେ ସଂଜୀବ ମହାପାତ୍ର, ଯୁଗ୍ମ ସଂପାଦକ ଭାବେ ସନ୍ତୋଷ ଅଗ୍ରୱାଲ, କୋଷାଧ୍ୟକ୍ଷ ଭାବେ ନାରାୟଣ କୁମାର ଏବଂ ଯୁଗ୍ମ କୋଷାଧ୍ୟକ୍ଷ ଭାବେ କାହୁରଞ୍ଜନ ପୃଷ୍ଟି ନିର୍ବାଚିତ ହୋଇଥିବା ଜଣାଯାଇଛି।
ଏସ୍ଏସ୍ଏମ୍ ଗ୍ରୁପ୍ ରାଜ୍ୟ ରେ ଇସ୍ପାତ,ଖଣି, ଶକ୍ତି ଠାରୁ ଆରମ୍ଭ କରି ଆତିଥେୟତା ଭଳି ଶିଳ୍ପରେ କାର୍ଯ୍ୟ କରୁଛି। ଏସବୁ ବ୍ୟବସାୟରେ ଜେକେ ରଥ, ଉପସଭାପତି ଜେନେରାଲ ଭାବେ ଶ୍ରୀ ମହାନ୍ତିଙ୍କର ବହୁଦିନର ଅଭିଜ୍ଞତା ରହିଛି। ତାଙ୍କ ଗିରିଧାରୀଲାଲ ଶର୍ମା ଏବଂ ଉପସଭାପତି କମର୍ସିଆଲ ନେତୃତ୍ବରେ ଏସ୍ଏନ୍ଏମ୍ ଗ୍ରୁପ୍ ଆଗକୁ ବଢ଼ିବାରେ ଲାଗିଛି।

