ପ୍ରଥମ ସ୍ତ୍ରୀ ଙ୍କୁ ହତ୍ୟା କରିଥିଲା ଦୀପକ

କନଷ୍ଟେବଲ୍‌ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକର ସମ୍ପୃକ୍ତି ନେଇ ଆଉ ଏକ ଖୁଲାସା ହୋଇଛି । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମାମଲାର ପର୍ଦ୍ଦାଫାସ କରିଛି  ପୋଲିସ । ଦୁର୍ଘଟଣା ନୁହେଁ ବରଂ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ଦୀପକ ।

ଝାରପଡ଼ା ଜେଲରେ ଦୀପକକୁ ଜେରା କରାଯାଇଥିବା ସମୟରେ ସେ ହତ୍ୟାକୁ ସ୍ବୀକାର କରିଥିବା ସୂଚନା ମିଳିଛି । ପୋଷ୍ଟମର୍ଟମ୍‌ ରିପୋର୍ଟ ପୁନଃ ଯାଞ୍ଚ ପରେ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ସ୍ପଷ୍ଟ ହୋଇଛି । ୨୦୨୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିବା ଦୀପକ କହିଥିଲା ।

Post Views2 Total Count

Apply Now


This will close in 0 seconds

error: Content is protected !!