ଫେବୃଆରୀ ୮ରେ ସୁଧା ସର୍ଜ୍ଜନା ମହାମହୋତ୍ସବ

ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ ତତ୍‌ସହ ସତ୍‌ସଙ୍ଗ ବିହାରସ୍ଥିତ ଶ୍ରୀମନ୍ଦିରର ପ୍ରତିଷ୍ଠା ବାର୍ଷିକୀ ଅବସରରେ ‘ସୁଧା ସର୍ଜ୍ଜନା ମହାମହୋତ୍ସବ’

ଆସନ୍ତା ରବିବାର(ଫେବୃୟାରୀ-୮, ୨୦୨୬) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ(ବରିମୁଣ୍ଡ ସନ୍ନିକଟ)ରେ ମହା ସମାରୋହରେ ପାଳିତ ହେବ। ରାଜ୍ୟସ୍ତରୀୟ ଏହି ଭବ୍ୟ ଉତ୍ସବରେ ଲକ୍ଷାଧିକ ସତ୍‌ସଙ୍ଗୀ, ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଉତ୍ସବ ଦିନ ପ୍ରତ୍ୟୁଷରେ ବେଦ ମାଙ୍ଗଳିକ, ନହବତ, ଊଷାକୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ସଦ୍‌ଗ୍ରନ୍ଥ ପାଠ କରାଯିବ। ତତ୍‌ପରେ ସ୍ମରଣିକା ‘ତର୍ପଣ’ର ଉନ୍ମୋଚନ, ଧର୍ମସଭା ସହ ଦିବସବ୍ୟାପୀ ମାତୃମଞ୍ଚ ଓ ଭାତୃମଞ୍ଚରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ କୀର୍ତ୍ତନ ପରିବେଷିତ ହେବ।

ଏଥିସହ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବ। ଭାତୃ ମଞ୍ଚରେ‘ଦଶାବତାର’ ଫ୍ୟୁଜନ ମ୍ୟୁଜିକ୍‌, ଆଲୋକ ରଶ୍ମି ସହ ଏକ ବିଶେଷ କାର୍ଯ୍ୟକ୍ରମ ପରିବେଷିତ ହେବ। ଏଥିସହ ମାତୃମଞ୍ଚରେ ନାଟକ ‘ ପରଶମଣି’ ପରିବେଷଣ କରାଯିବ। ସନ୍ଧ୍ୟାର ବିଶେଷ ଆକର୍ଷଣ ଦେଓଘରରୁ ଆଗତ ‘ହ୍ବାଇଟ୍‌ ବ୍ୟାଣ୍ଡ’ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହେବ।

ଉତ୍ସବକୁ ଆଗତ ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହ ଦିବସବ୍ୟାପୀ ସ୍ବାସ୍ଥ୍ୟ ଶିବିର, ଆଇନ ପରାମର୍ଶ ଶିବିର ଅନୁଷ୍ଠିତ ହେବ। ଏହି ଭବ୍ୟ ଉତ୍ସବରେ ସମସ୍ତ ଜନସାଧାରଣ ସପରିବାର ଯୋଗଦେବାଲାଗି ଉତ୍ସବ କମିଟି ପକ୍ଷରୁ ନିବେଦନ କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ହୃଷିକେଶ ସେନାପତି, କୃପାନିଧି ବିଶ୍ୱାଳ, ରଜନୀକାନ୍ତ ପାଣି, ବୀରଭଦ୍ର ବିଶ୍ୱାଳ, ରଘୁନାଥ ପାଣି, କିଶୋର ଦାଶ, ପ୍ରଭାତ ବସ୍ତିଆ, ସୁଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ।

Post Views23 Total Count

Apply Now


This will close in 0 seconds

error: Content is protected !!