ଫାଷ୍ଟ ଫୁଡ୍ ଦୋକାନୀଙ୍କୁ ହତ୍ୟା ଅଭିଯୋଗ

ଗଞ୍ଜାମ ଭଞ୍ଜନଗର ରେ ଅଭାବନୀୟ ଘଟଣା ।ସାମାନ୍ୟ ବଚସା କୁ କେନ୍ଦ୍ର କରି ଜଣେ ଫାଷ୍ଟ ଫୁଡ୍ ଦୋକାନୀ କୁ ହତ୍ୟା ।ମୃତକ ହେଲେ ବଡ଼ କୋଦଣ୍ଡା ଗାଁର ହରେକୃଷ୍ଣ ସ୍ୱାଇଁ ।ଆଜି ରାତି ସମୟରେ ହରେ କୃଷ୍ଣ ସ୍ୱାଇଁ ବାଉଁଶ ଲୁଣ୍ଡି ରେ ଥିବା ପ୍ରମିଳା ହୋଟେଲ ରେ ଫାଷ୍ଟ ଫୁଡ୍ ବ୍ୟବସାୟ କରୁଥିଲେ ।

ସେ କିଛି ସମୟ ପାଇଁ ପଡୋଶୀ କଲର ଦୋକାନରେ ଠିଆ ହୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଆସି ହରେ କୃଷ୍ଣ ସହ କୌଣସି ଏକ କଥା କୁ ନେଇ ବଚସା କରିଥିଲେ । ଉତ୍ ଖିପ୍ତ ହୋଇ ହରେ କୃଷ୍ଣଙ୍କୁ ଚାପୁଡ଼ା ମୋଥ ମାରିବାରୁ ସେ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ।

ପରିବାର ଲୋକେ ଗୁରୁତର ଭାବେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Post Views42 Total Count

Apply Now


This will close in 0 seconds

error: Content is protected !!