ବିଜେଡିର ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ

ବିଜେଡିର ୪ ନେତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେମାନଙ୍କ ବିରୋଧରେ ଅଭିଯୋଗରେ ହୋଇଛି। କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର, ଏକାମ୍ର ଯୁବ ବିଜେଡି ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ସଂପାଦକ ବିବେକ ସ୍ବାଇଁଙ୍କୁ ଏହି ନୋଟିସ ଜାରି କରାଯାଇଛି। ଦଳର ସଭାପତିଙ୍କ ନିର୍ଦେଶ କ୍ରମେ ଭୁବନେଶ୍ବର ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ସେମାନଙ୍କୁ ଏହି ନୋଟିସ କରି ରିପୋର୍ଟ ମାଗିଛନ୍ତି । କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ , ୧୫ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ବିଜେଡିର ପ୍ରା୍ୟ ୩୦ ଜଣ କର୍ପୋରେଟର ଆଜି ପୁରୀ ଲୋକନାଥ ମନ୍ଦିର ଆସି ପ୍ରଭୁ ଲୋକନାଥଙ୍କ ଦର୍ଶନ କରିଛନ୍ତି। ଦଳ ଏକଜୁଟ ଥିବା କହିଲେ ସମସ୍ତ କର୍ପୋରେଟର। ଆଗାମୀ ଦିନରେ ଦଳରେ କୌଣସି ଅସୁବିଧା ଉପୁଜିବ ନାହିଁ ସମସ୍ତ କର୍ପୋରେଟର କହିଛନ୍ତି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ। ଯିଏ ଦଳର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନୁ ନାହାନ୍ତି ଓ ଦଳ ବିରୋଧୀ କାମ କରୁଛନ୍ତି ତାଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବା ଦରକାର ବୋଲି ସେମାନେ କହିଛନ୍ତି।

 

 

 

 

 

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!