ତିରୁପତିରେ ଲଡ଼ୁ ବିବାଦ ଦେଖା ଦେବା ପରେ ରାଜ୍ୟର ବିଭିନ୍ନ ମନ୍ଦିରରେ ଘିଅକୁ ନେଇ ଦେଖାଦେଇଛି ସନ୍ଦେହ। କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଆପତ୍ତି ଉଠାଇଛନ୍ତି ସେବାୟତ। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗା ଯାଉଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ କରିଥିଲେ । ଏପରିକି ଏହାକୁ ଠାକୁରଙ୍କ ନୀତିକାନ୍ତିରେ ବ୍ୟବହାର ନକରିବା ପାଇଁ ଜିଦ୍ ଧରିବା ପରେ ବଦଳିଛି ଘିଅ ।
ବଳଦେବଜୀଉ ମନ୍ଦିର ପ୍ରଶାସନ ତରଫରୁ ଭଲ ଘିଅ ଯୋଗାଇ ଦିଆଯିବା ପରେ ରାତ୍ର ଧୂପ ପଡ଼ିଥିଲା। ଘିଅର ପ୍ରସ୍ତୁତି ତାରିଖ ଓ ବ୍ୟବହାର ଅବଧି, ବ୍ୟାଚ୍ ନମ୍ବର ସମ୍ପର୍କରେ କୌଣସି ତଥ୍ୟ ରହୁନଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଓମଫେଡ୍ରୁ ବଳଦେବଜିଉଙ୍କ ମନ୍ଦିରରେ ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ ଯୋଗାଇ ଦିଆଯାଉଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି ।

