ରାତି ୧୨ ମଧ୍ୟରେ ଶେଷ ହେବ ଲକ୍ଷ୍ମୀପୂଜା ଭସାଣ ,ସାମିଲ ହେବେ ୨୫ ମେଢ

 ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଚଲିତ ବର୍ଷ ଗଜଲକ୍ଷ୍ମୀ ପୂଜା  ଭସାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଗଣପର୍ବ ଗଜଲକ୍ଷ୍ମୀ ପୂଜା  ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତାଙ୍କୁ  ସାଧୁବାଦ ଜଣାଇଥିଲେ ।
ବର୍ଷାକୁ ଦୃଷ୍ଟିରେ ରଖି ଭସାଣ କାର୍ଯ୍ୟ ଯଥାଶୀଘ୍ର ସମାପନ
କରିବାକୁ ପରାମର୍ଶ ଦେଇଛନ୍ତି । ଶିଶୁ ବୃଦ୍ଧ  , ବୃଦ୍ଧା  ଏବଂ ହୃଦ ରୋଗୀଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟିରେ ରଖି ଭସାଣ ଉତ୍ସବରେ
ଡିଜେ ସାଉଣ୍ଡ ଭଲ୍ୟୁମ କମ କରି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ରବିବାର ଦିନ ହେବାକୁ ଥିବା ଭସାଣ ଉତ୍ସବକୁ ଅଧିକ ଶୃଙ୍ଖଳିତ
କରିବା ପାଇଁ ପ୍ରାୟ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
ଭସାଣ ଉତ୍ସବକୁ ବିଶ୍ୱାସ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତେ ମିଳିିମିଶି ସମାପନ କରିବାକୁ ଏସପି ଅଭିନବ
ସୋନକର ଅନୁରୋଧ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଭସାଣ ଉତ୍ସବ ପାଇଁ ସକାଳ ସାଢେ ୮ଟାରେ ଯାତ୍ରା ଶୁଭାରମ୍ଭ କରାଯିବା  ସହିତ ସନ୍ଧ୍ୟା ୬ଟା ସୁଦ୍ଧା ମୀନା ବଜାର ମେଢ ବାଜିଚୌକ ଅତିକ୍ରମ କରି ରାତି ସାଢେ ୮ଟା ସୁଦ୍ଧା କାଠଶଙ୍ଖରେ ବିସର୍ଜନ କରିବାକୁ ଯୋଜନା କରାଯାଇଛି । ରାତି ୧୨ଟା ସୁଦ୍ଧା ସମସ୍ତ ମୂର୍ତ୍ତି ବିସର୍ଜନ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।
Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!