ଦିଲ୍ଲୀ ପବନରେ ଭରିଗଲାଣି ବିଷ । ଏଠି ନିଶ୍ୱାସ ନେବାକୁ ଲାଗିଲାଣି ଭୟ । ଲଗାତର ତୃତୀୟ ଦିନ ପାଇଁ ପ୍ରଦୂଷଣ, ଗମ୍ଭୀର ସ୍ତରରେ ରହିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨୪ ଛୁଇଁଛି । ପ୍ରଦୂଷଣ ଏତେ ଯେ, ୨୦୦ ମିଟର ଯାଏଁ କିଛି ଦେଖାଯାଉନି । ଗ୍ୟାସ ଚାମ୍ବର ପାଲଟିଥିବା ଦିଲ୍ଲୀ-ଏନସିଆରକୁ ଏଥିରୁ ଉଦ୍ଧାର ପାଇଁ ଲାଗୁ ହୋଇଛି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍, GRAP-3 । ରାଜଧାନୀରେ ଲାଗୁ ହୋଇଛି କଟକଣା ।
ବନ୍ଦ କରାଯାଇଛି ପ୍ରାଥମିକ ସ୍କୁଲ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଅନଲାଇନ୍ରେ ହେବ କ୍ଲାସ୍ । ଡିଜେଲ୍ ଚାଳିତ ଗାଡି ମୋଟର ବନ୍ଦ, ବିଏସ୍-୩ ପେଟ୍ରୋଲ ଯାନ ଉପରେ ବି କଟକଣା ଲାଗିଛି । ସିଏନଜି ଓ ଇ-ବସକୁ ଛାଡି, ଅନ୍ୟ ସବୁ ଆନ୍ତଃରାଜ୍ୟ ବସ୍ର ଦିଲ୍ଲୀ ପ୍ରବେଶ ବ୍ୟାନ୍ । ବେସରକାରୀ ନିର୍ମାଣ ବନ୍ଦ କରାଯାଇଥିବା ବେଳେ ଡିମୋଲିସନ, କ୍ରସର, ବଡ ବଡ ୱେଲଡିଂ, ଗ୍ୟାସ କଟିଂ, ଟାଇଲ୍ ଫ୍ଲୋରିଂ ଏବଂ କିଛି ପ୍ଲାଣ୍ଟରେ ଲାଗିଛି ବ୍ୟାନ୍ ।

