ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡ ଭକ୍ତମାନେ ଭାଙ୍ଗି ଦେଇଛନ୍ତି । ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏହା ସତ୍ତ୍ବେ ଆଜି ଏମିତି ଅଘଟଣର ଖବର ସାମ୍ନାକୁ ଆସୁଛି । ନୂଆବର୍ଷରେ ଅସମ୍ଭାଳ ଭିଡ଼କୁ ଲକ୍ଷ୍ୟ କରି ପୁରୀରେ ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବାରୁ ପୁଲିସ୍ ମୁତୟନକୁ ଆହୁରି କଡ଼ାକଡ଼ି କରାଯାଇଛି।

