ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ । ସୈଫଙ୍କ ଘରୁ CID ଜବତ କରିଥିବା ୧୯ଟି ଫିଙ୍ଗରଫ୍ରିଣ୍ଟ ସହ ମେଳ ଖାଉନି ଅଭିଯୁକ୍ତ ସରିଫୁଲର ଫିଙ୍ଗରପ୍ରିଣ୍ଟ । ତେଣୁ ପ୍ରକୃତରେ ସୈଫଙ୍କୁ ଆକ୍ରମଣ ପଛରେ କିଏ, ସେନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ଏପରିକି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରୁଛି ପୋଲିସ ।

ଆଇନ ଶୃଙ୍ଖଳା ଯୁଗ୍ମ କମିଶନର ସତ୍ୟନାରାୟଣ ଚୌଧୁରୀ ତଥ୍ୟ ପ୍ରମାଣ ଆଧାରରେ ସରିଫୁଲର ଗିରଫଦାରୀ ହୋଇଥିବା କହିଥିବା ବେଳେ ଜୋନ-୯ ଡିସିପି ଦିକ୍ଷୀତ ଗେଡାମ କହିଛନ୍ତି, ଏବେ ବି ଫିଙ୍ଗରପ୍ରିଣ୍ଟ ଟେଷ୍ଟର ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସୈଫଙ୍କ ଘରେ ପୁଣି ଥରେ ଯାଂଚ୍ କରି ଆଉ କିଛି ଫିଙ୍ଗରପ୍ରିଣ୍ଟର ସନ୍ଧାନ କରାଯିବ ବୋଲି କହିଛି ପୋଲିସ ।

Post Views4 Total Count

Apply Now


This will close in 0 seconds

error: Content is protected !!