ବିଜେପି ସରକାରରେ ବି ଚାଲିଛି ବାବୁରାଜ

ନୂଆ  ବିଜେପି ସରକାରରେ ବି ଚାଲିଛି ବାବୁରାଜ । ଅଫିସର ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି। ସିଧାସଳଖ ମୁଣ୍ଡ ନ ପୁରାଇବାକୁ ମନ୍ତ୍ରୀଙ୍କୁ କହୁଛନ୍ତି । ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି କହିବା ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ମିଳିଯାଇଛି ସୁଯୋଗ। ସରକାରରେ ବାବୁରାଜ୍ !

 

ସାରା ରାଜ୍ୟର ମଣ୍ଡିରେ ଧାନ ଉଠାକୁ ନେଇ ଅବ୍ୟବସ୍ଥା ଲାଗିରହିଛି । ମଣ୍ଡିରୁ ଧାନ ଉଠୁନି । କଟନୀ ଛଟନୀ ଅଭିଯୋଗ ଆସୁଛି । ଏହି ସମୟରେ ଖୋଦ୍ ଯୋଗାଣ ମନ୍ତ୍ରୀ ପୁରା ବ୍ୟବସ୍ଥାର ଗୁମର ଖୋଲିଦେଇଛନ୍ତି । କହିଛନ୍ତି , ଅଫିସର କହୁଛନ୍ତି ଚାଷୀ ମିଲରଙ୍କ ଭିତରେ ମୁଣ୍ଡ ପୁରାନ୍ତୁନି ସରକାର। କୃଷକ-ମିଲରଙ୍କ ମଧ୍ୟରେ  ଛାଡିଦିଅନ୍ତୁ  । ସେମାନେ ଆପେ ନେଇଯିବେ । କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ଜିଦ୍ ଧରୁଛନ୍ତି ୬ରୁ ୭ କିଲୋ କାଟିବା ପାଇଁ। ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ? ତେବେ ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ? ଯେଉଁ ମିଲର ମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ? ବୋଲି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

Post Views1 Total Count

Apply Now


This will close in 0 seconds

error: Content is protected !!