ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ କାମେଶ୍ଵର ଚୌପାଲଙ୍କ ପରଲୋକ

ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା ରାମ ଜନ୍ମଭୂମି ଟ୍ରଷ୍ଟର ସ୍ଥାୟୀ ସଦସ୍ୟ କାମେଶ୍ଵର ଚୌପାଲଙ୍କ ପରଲୋକ। ୬୮ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଶୁକ୍ରବାର ସକାଳେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦ୍ଵିପ୍ରହର ୨ଟାରେ ପାଟନା ବିମାନ ବନ୍ଦରରେ ତାଙ୍କର ପ୍ରାର୍ଥୀବ ଶରୀର ପହଞ୍ଚିବ। ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ତାଙ୍କ ମରଶରୀର ଅଣାଯିବ। ବିହାର ବିଜେପି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ଚୌପାଲଙ୍କର କିଡନୀ ଜନିତ ସ୍ଵାସ୍ଥ୍ୟଗତ ସମସ୍ୟା ଥିଲା। ତାଙ୍କ ଝିଅ ତାଙ୍କୁ କିଡନୀ ଡୋନେଟ୍ କରିଥିଲେ। ହେଲେ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବାପରେ ତାହା କାମ କରିନଥିଲା। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କାମେଶ୍ଵର ଚୌପାଲ ହେଉଛନ୍ତି ପ୍ରଥମ କର ସେବକ। ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ସେ ବିହାରର ସୁପୁଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ମସିହା ନଭେମ୍ଵର ୯ରେ ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମଜନ୍ମଭୂମିରେ ପ୍ରଥମ ଇଟା ରଖିଥିଲେ। ସେ ବିହାର ବିଧାନ ପରିଷଦର ସଦସ୍ୟ ଥିଲେ। ବିଜେପିର ଜଣେ ବରିଷ୍ଠ ନେତୃତ୍ଵ ଥିଲେ। ସ୍ଵଚ୍ଛ ଭାବମୂର୍ତ୍ତି ପାଇଁ ସେ ଖୁବ୍ ଲୋକପ୍ରିୟ ଥିଲେ। ଅଯୋଧ୍ୟା ରାମ ମନ୍ଦିର ଉଦ୍ଦେଶ୍ୟରେ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ସମାଜ ସେବାରେ ବ୍ରତୀ ହୋଇ ଲୋକମାନଙ୍କ ପାଇଁ କାମ କରୁଥିଲେ।

 

Post Views15 Total Count

Apply Now


This will close in 0 seconds

error: Content is protected !!