ରାଜ୍ୟ ସରକାର ଦେଲେ ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି

ରାଜ୍ୟ ସରକାର ଆଜି ବିଭିନ୍ନ ବିଭାଗରେ ମୋଟ ୬,୩୯୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି।

ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୨୭୫୩ ଜଣ ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ ଜଣ ଆୟୁର୍ବେଦିକ ଅଧିକାରୀ, ୧୦ ଜଣ ହୋମିଓପାଥିକ୍, ୫ ଜଣ ଆୟୁଷ କନିଷ୍ଠ ସହାୟକ, ୧୧୮ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ ଓ ୧୨ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ୫୭ ଜଣ ଅମୀନ, ୧୦୪ ଜଣ ମଙ୍ଗଳ

ସଂପ୍ରସାରଣ ଅଧିକାରୀ, ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୯୮ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ୭୩ ଜଣ କନିଷ୍ଠ ସହାୟକ, ୨ ଜଣ ସମୀକ୍ଷକ, ୩୭ ଜଣ ଯୋଗାଣ ନିରୀକ୍ଷକ, ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ, ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ, ୩୪ ଜଣ ହିସାବ ରକ୍ଷକ, ୧୨ ଜଣ ଅମିନ, ୧୭ ଜଣ କନିଷ୍ଠ, ୨ ଜଣ କନିଷ୍ଠ ହିସାବ ରକ୍ଷକ ଅଛନ୍ତି।

Post Views33 Total Count

Apply Now


This will close in 0 seconds

error: Content is protected !!