ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। ସିବିଆଇ ରେଡ୍ ପ୍ରତିବାଦରେ ଇସ୍ତଫା ଦେଲେ IAS ବିଷ୍ଣୁପଦ ସେଠୀ। ମୁଖ୍ୟ ଶାସନ ସଚିବଙ୍କୁ ପଠାଇଲେ ଇସ୍ତଫା ପତ୍ର। ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋ ସ୍ତ୍ରୀ ଏବଂ ଝିଅ ଥିବା ବେଳେ ସିବିଆଇ ଟିମ୍ ମୋ ଘର ଭିତରକୁ ପଶି ଆସିଥିଲେ। ମୋ ବିରୋଧରେ କୌଣସି ଏଫଆଇଆର ନଥିବା ସତ୍ତ୍ଵେ ଚଢାଉ କରିଥିଲେ। ଏଥିଯୋଗୁଁ ମୋର ମାନ ସମ୍ମାନ ହାନି ହୋଇଛି।

CBI ରେଡ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଷ୍ଣୁପଦ ସେଠୀଙ୍କ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି। ସିବିଆଇ ରେଡକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମୋ ଘରେ ଜୋରଜବରଦସ୍ତ ରେଡ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୋର କିଛି ଦୋଷ ନାହିଁ ବୋଲି ବିଷ୍ଣୁପଦ କହିଛନ୍ତି।

ସିବିଆଇର ୮ ଜଣିଆ ଟିମ୍ ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ରେଡ୍ କରିଥିଲା। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ତାଙ୍କ ସରକାରୀ ବାସଭବନରେ କେନ୍ଦ୍ରୀୟ ଟିମ୍ ଚଢାଉ କରିଥିଲା। ଆଉ ଏକ ଟିମ୍ ତାଙ୍କର ପୈତୃକ ଘରେ ରେଡ୍ କରିଥିଲା। ଯାହାପରେ ବିଷ୍ଣୁପଦ ସେଠୀ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।
ସୂଚନାନୁଯାୟୀ, ଭୁବନେଶ୍ବରର ଏକ ହୋଟେଲ ନିକଟରେ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ବ୍ରିଜ୍ ଆଣ୍ଡ୍ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ସହ ‘ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା।

ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା। ଏହି ଟେଣ୍ଡର ଘୋଟାଲାରେ ଲିଙ୍କ ଥିବା ଅଭିଯୋଗରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ କରିଥିଲା। ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଥିଲେ। ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି କରିଥିଲେ।

Post Views47 Total Count

Apply Now


This will close in 0 seconds

error: Content is protected !!