ମହିିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ

ଆଜି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଢ଼େଙ୍କାନାଳ ପରିଦର୍ଶନ ରେ ଆସି ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ମାନନୀୟା ମନ୍ତ୍ରୀଙ୍କୁ ସ୍ଥାନୀୟ ସର୍କିଟ୍ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର, କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ସି.ଡବ୍ଲୁ.ସି. ର ଚେୟାରମ୍ୟାନ ଶ୍ରୀ ପୁଷ୍ପକ ତ୍ରିପାଠୀଙ୍କ ସମେତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ତାଙ୍କୁ ସ୍ଵାଗତ ଜଣାଇଥିଲେ ।

ପରେ ମାନନୀୟା ମନ୍ତ୍ରୀ ସଦର ବ୍ଲକ ଅନ୍ତର୍ଗତ ବାଞ୍ଛ କୁସୁମର ଜୁଆଙ୍ଗ ସାହିସ୍ଥିତ ଅଙ୍ଗନୱାଡ଼ି ପରିଦର୍ଶନ କରି ଅଙ୍ଗନୱାଡ଼ି କର୍ମୀ ଓ ପିଲାମାନଙ୍କ ସହିତ ମନ ଖୋଲା କଥା ହୋଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ଆଇନୱାଡ଼ିର ପରିଚାଳନା ସଂପର୍କରେ ଅବଗତ କରାଇଥିଲେ । ପରେ ସେ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ଶିଶୁ ଗୃହ ପରିଦର୍ଶନ କରି ପିଲାମାନଙ୍କ ଖାଦ୍ୟପେୟ, ରହଣି ବ୍ୟବସ୍ଥା ସଂପର୍କରେ ପିଲାମାନଙ୍କ ସହ କଥା ହୋଇ ଅବଗତ ହୋଇ ବିଭିନ୍ନ କାର୍ଯ୍ଯ ତଦାରଖ କରିଥିଲେ । ଶେଷରେ ସେ ଜିଲ୍ଲା ମୁଖ୍ଯ ଚିିକିତ୍ସାଳୟ ଠାରେ କାର୍ଯ୍ୟ କରୁଥିବା ମହିଳା ସହାୟତା କେନ୍ଦ୍ର “ସଖୀ” କେନ୍ଦ୍ର କୁ ଯାଇ ନିର୍ଯ୍ୟାତିତ ମହିଳାମାନେ ପାଉଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ ହୋଇଥିଲେ ।

ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସହଭାବନା ସଭାଗୃହ ଠାରେ ମାନନୀୟା କେନ୍ଦ୍ରମନ୍ତ୍ରୀ ଅଙ୍ଗନୱାଡ଼ି କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ଜିଲ୍ଲାରେ ୨୨୨୦ ଟି ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ବେଳେ ସେଥିରୁ ୭୧୪ ଟି କେନ୍ଦ୍ରରେ ସମସ୍ତ ସୁବିଧା ଉପଲବ୍ଧ ଥିବା ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିତା ଶର୍ମା ସୂଚ଼ନା ଦେଇଥିଲେ । ମମତା ଯୋଜନାରେ ୧୮୫୭୫୦ ଜଣ ଗର୍ଭବତୀ ମହିଳା ଉପକୃତ ହୋଇଥିଲା ବେଳେ ସୁଭଦ୍ରା ଯୋଜନାରେ ଅଦ୍ୟାବଧି ୩୦୦୫୧୪ ଜଣ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ । ମାନନୀୟା ମନ୍ତ୍ରୀ ବିଭାଗୀୟ ଅଧିକାରୀ ଓ ସି.ଡ଼ି.ପି. ଓ.ମାନଙ୍କ ସହିତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚ଼ନା କରିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ସାକାର ପାଇଁ ସରକାରଙ୍କ ଶିଶୁ ଓ ମହିଳା ବିକାଶ ନିମନ୍ତେ କାର୍ଯ୍ୟ କାରୀ ସମସ୍ତ ଯୋଜନାକୁ ନିଷ୍ଠାର ସହିତ କରିବାକୁ ପରାମର୍ଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଯୁକ୍ତ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସେଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views45 Total Count

Apply Now


This will close in 0 seconds

error: Content is protected !!