ଚାମ୍ପିଅନ୍ସ ଟ୍ରଫିକୁ ନେଇ ସ୍ବତନ୍ତ୍ର ପୋଷ୍ଟାଲ୍‌ ଷ୍ଟାମ୍ପ୍

ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟକୁ ସମ୍ମାନ ଜଣାଇବାକୁ ଯାଇ ମହାରାଷ୍ଟ୍ର ସର୍କଲର ମୁଖ୍ୟ ଡାକ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ମଙ୍ଗଳବାର ସ୍ବତନ୍ତ୍ର ପୋଷ୍ଟାଲ୍‌ ଷ୍ଟାମ୍ପ୍‌ ଜାରି କରାଯାଇଛି। ଏହି କ୍ୟାନ୍‌ସଲେସନ୍ ଷ୍ଟାମ୍ପ୍‌ ବିଭିନ୍ନ ଡାକ ଟିକେଟ୍‌ର ପୁନଃ ବିନିଯୋଗକୁ ରୋକିବା ଲାଗି ବ୍ୟବହାର କରାଯାଇଥାଏ। ମୁମ୍ବାଇର ମୁଖ୍ୟ ଡାକଘରଠାରେ ମୁଖ୍ୟ ପୋଷ୍ଟ ମାଷ୍ଟର୍ ଅମିତାଭ ସିଂହ ଏହି ଷ୍ଟାମ୍ପ୍‌କୁ ଆନୁଷ୍ଠାନିକ ଭାବେ ଜାରି କରିଥିଲେ। ଏହି ସ୍ବତନ୍ତ୍ର କ୍ୟାନ୍‌ସଲେସନ୍ ଷ୍ଟାମ୍ପ୍ ଭାରତୀୟ କ୍ରିକେଟ୍ ଦଳର ଚାମ୍ପିଅନ୍ସ ଟ୍ରଫି ବିଜୟର ଉତ୍ସବ ପାଳନ ସହ ଜାତୀୟ ଗୌରବ ଏବଂ କ୍ରୀଡ଼ା ଉତ୍କର୍ଷକୁ ଦର୍ଶାଉଛି ବୋଲି ଭାରତୀୟ ଡାକ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

Post Views20 Total Count

Apply Now


This will close in 0 seconds

error: Content is protected !!