ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ

ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି ଆକଳନ କରିଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୫୫ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହା ସହ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଥାଇଲ୍ୟାଣ୍ଡରେ ମଧ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧ଜଣ ନିଖୋଜ ଅଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ ) ଆକଳନ କରିଛି ଯେ, ମିଆଁମାର ଭୂମିକମ୍ପ ସମୟରେ ଅତି କମରେ ୮୦୦,୦୦୦ ଲୋକ ଭୂମିର କମ୍ପନ ଅନୁଭବ କରିଛନ୍ତି।ଚୀନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ଥରାଇ ଦେଇଥିବା ଭୂମିକମ୍ପ ଚୀନ୍‌ର ୟୁନାନ ଏବଂ ସିଚୁଆନ୍ ପ୍ରଦେଶରେ ମଧ୍ୟ ଅନୁଭୂତ ହୋଇଥିଲା।

Post Views4 Total Count

Apply Now


This will close in 0 seconds

error: Content is protected !!