ବଦଳିବ ୫୦୦ ଓ ୧୦ଟଙ୍କା ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୫୦୦ ଟଙ୍କା ଓ ୧୦ ଟଙ୍କା ନୂଆ ନୋଟ୍ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଯୋଗୁ ନୋଟ୍ ଦୁଇଟିରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ, ଯାହା ଦେଶର ମୁଦ୍ରାପ୍ରଣାଳୀକୁ ଆହୁରି ବି ସୁରକ୍ଷିତ ଓ ସୁବିଧାଜନକ କରିବ। ନୂଆ ୫୦୦ ଓ ୧୦ ଟଙ୍କା ନୋଟରେ ଡିଜାଇନ, ରଙ୍ଗ ଓ ସିକ୍ୟୁରିଟି ଫିଚର୍ସରେ ପରିବର୍ତ୍ତନ କରାଯିବାର ଆକଳନ କରାଯାଉଛି। ତେବେ ଏହି ପରିବର୍ତ୍ତନ ଏବେକା ନୋଟର ମୂଳ ସ୍ୱରୂପକୁ ବଦଳାଇବ ନାହିଁ।

ନୂଆ ନୋଟ୍ ଡିଜାଇନ ମହାତ୍ମା ଗାନ୍ଧି (ନୂଆ) ଶୃଙ୍ଖଳା ଅନୁସାରେ ପ୍ରଚଳିତ ନୋଟ ଭଳି ହେବ। ଆସିବାକୁ ଥିବା ୧୦ ଓ ୫୦୦ ଟଙ୍କାର ନୋଟରେ ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ତେବେ ଏହି ନୋଟର ଡିଜାଇନ ପୂର୍ବ ଭଳି ମହାତ୍ମା ଗାନ୍ଧି (ନୂଆ) ଶୃଙ୍ଖଳା ନୋଟ ସହିତ ମେଳ ରହିବ। ଏହାର ଅର୍ଥ ନୂଆ ନୋଟରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଏଗୁଡିକର ସିକ୍ୟୁରିଟି ଫିଚର୍ସ ଓ ଅନ୍ୟ ବୈଷୟିକ ପରିବର୍ତ୍ତନ ହେବ।

ଆରବିଆଇ ସ୍ପଷ୍ଟ କରିଛନ୍ତି ଯେ ନୂଆ ନୋଟ ଜାରି ହେବା ପରେ ବି ପୁରୁଣା ନୋଟଗୁଡିକ ବୈଧ ମୁଦ୍ରା ହୋଇ ରହିବ। ଅର୍ଥାତ ଏବେକା ନୋଟ ଗୁଡିକର ଉପଯୋଗିତା ଉପରେ କୌଣସି ପ୍ରକାରର ପ୍ରଭାବ ପଡିବ ନାହିଁ। ଆରବିଆଇ ନିକଟରେ ୧୦୦ ଓ ୨୦୦ ଟଙ୍କା ନୂଆ ନୋଟର ଘୋଷଣା କରିଥିଲେ। ଏହି ପଦକ୍ଷେପ ଯୋଗୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଆଗାମୀ ଦିନମାନଙ୍କରେ ବଜାରରେ ଅନେକ ପ୍ରକାରର ନୂଆ ନୋଟ୍ ଦେଖିବାକୁ ମିଳିବ। ୫୦୦ ଟଙ୍କାର ପୁରୁଣା ନୋଟ୍ ରଙ୍ଗ ଓ ଆକାର ପୂର୍ବରୁ ବଦଳି ସାରିଛି। ଏବେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ଏହି ସବୁ ନୋଟ୍ ର ରଙ୍ଗ, ସାଇଜ, ସିକ୍ୟୁରିଟି ଫିଚର୍ସ ଓ ଡିଜାଇନରେ ପରିବର୍ତ୍ତନ କରିପାରନ୍ତି। ପୁରୁଣା ୫୦୦ ଟଙ୍କା ନୋଟର ରଙ୍ଗ ଷ୍ଟୋନ ଗ୍ରେ ଥିଲା ତେବେ ନୂଆ ୫୦୦ ଟଙ୍କା ନୋଟର ରଙ୍ଗ ଓ ଡିଜାଇନ କିଛି ଅଲଗା ହୋଇପାରେ। ହେଲେ ଏହା ମହାତ୍ମା ଗାନ୍ଧି (ନୂଆ) ଶୃଙ୍ଖଳାରେ ହେବ, ଯେପରି ବଜାରରେ ପ୍ରଚଳିତ ନୋଟ୍ ସହିତ ମେଳ ଖାଇବ।

Post Views10 Total Count

Apply Now


This will close in 0 seconds

error: Content is protected !!