ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଲେ ସିଏମ୍‌ କିଷାନ ଟଙ୍କା । ପ୍ରାୟ ୫୦ ଲକ୍ଷ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା ମୋଟ ୧୦୨୫ କୋଟି ଟଙ୍କା । ସିଏମ୍‌ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି । ପ୍ରଥମ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଆଜି ଦ୍ୱିତୀୟ କିସ୍ତି ମିଳିଲା । ଦ୍ୱିତୀୟ କିସ୍ତିରେ ମୋଟ ୫୦ ଲକ୍ଷ ୧୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇଲେ ସରକାର ।

ବୁଧବାର ବରମୁଣ୍ଡାସ୍ଥିତ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଏ ନେଇ ରାଜ୍ୟସ୍ତରୀୟ କୃଷକ ସମାରୋହ ଆୟୋଜିତ ହୋଉଛି । ପୂର୍ବାହ୍ନ ୯ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଥମେ ସେଠାରେ ଅଖିମୁଠି ଅନୁକୂଳ କରିଛନ୍ତି । ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ତେବେ ଚଳିତ ବର୍ଷ ଏହି ଯୋଜନାରେ ସହରାଞ୍ଚଳ ଚାଷୀଙ୍କୁ ସାମିଲ କରାଯାଇଛି । ୨୫ ହଜାର ସହରାଞ୍ଚଳ ଚାଷୀ ସିଏମ କିଷାନ ଯୋଜନା ମାଧ୍ୟମରେ ଉପକୃତ ହୋଇଛନ୍ତି ।

Post Views31 Total Count

Apply Now


This will close in 0 seconds

error: Content is protected !!