ଏୟାର ଡିଫେନ୍ସ ଡିଜି କଲେ ବଡ଼ ଖୁଲାସା

ଅପରେସନ୍ ସିନ୍ଦୂରରେ ହୋଇଥିଲା ରେଡ୍ ଟିମିଂ। ରେଡ୍ ଟିମ୍ ଗଠନ କରିଥିଲା ଭାରତୀୟ ସେନା। ତେବେ କ‘ଣ ଏହି ରେଡ୍ ଟିମ୍ ? କାହିଁକି ଏହାକୁ ଗଠନ କରାଯାଏ , ରେଡ୍ ଟିମ୍ କ’ଣ ଆସନ୍ତୁ ଜାଣିବା ସେ ବିଷୟରେ ।

ସୂଚନା ଅନୁସାରେ, ସୋଭିଏତ୍ ସହ ଶୀତଳ ଯୁଦ୍ଧ ବେଳେ ୬୦ ଦଶକରେ ପ୍ରଥମେ ଏହି ରଣନୀତିର ଉପଯୋଗ କରିଥିଲା ଆମେରିକା। ଏବେ ଆମେରିକା ଓ ଇସ୍ରାଏଲ୍ ରେଡ୍ ଟିମିଂ କରୁଥିବା ବେଳେ, ଭାରତ ମଧ୍ୟ ଅପରେସନ୍ ସିନ୍ଦୂର ପାଇଁ ରେଡ୍ ଟିମ୍ ଗଠନ କରିଥିଲା।

ଖବର ସରବରାହ ସଂସ୍ଥା ANIର ପଡକାଷ୍ଟରେ ଆର୍ମି ଏୟାର ଡିଫେନ୍ସ ଡିଜି ଲେଫ୍ଟନାଣ୍ଟ ଜେନେରାଲ୍ ସୁମେର୍ ଇଭାନ୍ ଡିକୁହ୍ନା ଏହି ଖୁଲାସା କରିବା ପରେ ରେଡ୍ ଟିମ୍ କଣ ଜାଣିବାକୁ ଉତ୍ସୁକତା ବଢ଼ିଛି। କୌଣସି ଅପରେସନ୍ ବେଳେ ଏହାକୁ ପ୍ଲାନିଂ କରୁଥିବା କୋର୍ ଗ୍ରୁପ୍ ଭିତରୁ ଅଳ୍ପ କିଛି ସଦସ୍ୟଙ୍କୁ ନେଇ ରେଡ୍ ଟିମ୍ ଗଠନ କରାଯାଏ। କେଉଁ ମାନେ ରେଡ୍ ଟିମ୍ ସଦସ୍ୟ ତାହା ଅନ୍ୟମାନଙ୍କ ଠାରୁ ଗୁପ୍ତ ରଖାଯାଏ। ସେମାନେ ଶତ୍ରୁପକ୍ଷ ଭଳି ଚିନ୍ତା କରିଥାନ୍ତି। ଅନ୍ୟ ସଦସ୍ୟମାନେ ଅପରେସନ୍ ସଫଳତା ପାଇଁ ଚେଷ୍ଟା କରୁଥିବା ବେଳେ, ସେମାନେ ଅପରେସନ୍ କେଉଁ ଉପାୟରେ ବିଫଳ ହେବାର ଆଶଙ୍କା ରହିଛି ତାହା ଆକଳନ କରିଥାନ୍ତି। ଶତ୍ରୁ ଭଳି ଚିନ୍ତା କରି ଅପରେସନାଲ୍ ପ୍ଲାନିଂକୁ ଚାଲେଞ୍ଜ କରିଥାନ୍ତି। ଏହାଦ୍ବାରା କୌଣସି ମିଶନ୍ ର ଦୁର୍ବଳତା ଜାଣିବା ସହଜ ହୋଇଥାଏ।କୌଣସି ସାମରିକ ଅଭିଯାନ ପରେ ତାର ଫଳାଫଳ କ’ଣ ହୋଇପାରେ, କେଉଁ ସବୁ ପ୍ରତିକୂଳ ପରିସ୍ଥିତି ଉପୁଜିପାରେ, ଶତ୍ରୁ କେଉଁ ସବୁ ସମସ୍ୟା ସୃଷ୍ଟି କରିପାରେ, ସାଧାରଣ ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିପାରେ ଏସବୁ ମଧ୍ୟ ଅନୁମାନ ଲଗାଏ ରେଡ୍ ଟିମ୍ । ଶତ୍ରୁପକ୍ଷର ମନସ୍ତ୍ବାତ୍ବିକ ସ୍ଥିତିର ଆକଳନ କରାଯାଏ ଏବଂ ଶତ୍ରୁର ପରବର୍ତ୍ତୀ ପଦକ୍ଷେପକୁ ଆଗୁଆ ଅନୁମାନ ଲଗାଇବା ସହଜ ହୁଏ। ଏହାଦ୍ବାରା ପ୍ରତିକୂଳ ସ୍ଥିତିର ଆଗୁଆ ପ୍ରସ୍ତୁତି କରିବା ପାଇଁ ସୁବିଧା ହୁଏ। ସବୁବେଳେ ଶତ୍ରୁଠୁ କିଛି ପାଦ ଆଗରେ ରହିବା ସମ୍ଭବ ହୁଏ।ସାଇବର୍ ସିକ୍ୟୁରିଟି କ୍ଷେତ୍ରରେ ରେଡ୍ ଟିମିଂର ବହୁଳ ବ୍ୟବହାର ହେଉଥିବା ବେଳେ, ରେଡ୍ ଟିମକୁ ବିଫଳ କରିବା ପାଇଁ ବ୍ଲୁ ଟିମ୍ ମଧ୍ୟ ଗଠନ କରାଯାଏ। ଗୁଇନ୍ଦା, ଏୟାରପୋର୍ଟ ସିକ୍ୟୁରିଟି ଏବଂ କୌଣସି ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥା ଆଦି ମଜବୁତ କରିବାକୁ ମଧ୍ୟ ଏହି ରଣନୀତିର ଉପଯୋଗ ହୁଏ ।

Post Views1 Total Count

Apply Now


This will close in 0 seconds

error: Content is protected !!