ଜଣେ ଯବାନ ସହିଦ, ଦୁଇଜଣ ଆତଙ୍କବାଦୀ ନିହତ

ଜମ୍ମୁ- କାଶ୍ମୀରର କିସ୍ତୱାରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କୋର ପକ୍ଷରୁ ପ୍ରକାଶ, ‘ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏବେ ବି ପ୍ରବଳ ଗୁଳିବିନିମୟ ଜାରି ରହିଛି। ଏହି ଗୁଳିମାଡ଼ରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ଅଧିକାରୀମାନଙ୍କ କହିବାନୁସାରେ, ଛତ୍ରୁର ଶିଙ୍ଗପୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜୋରଦାର ହୋଇଥିଲା।

 

 

 

Post Views43 Total Count

Apply Now


This will close in 0 seconds

error: Content is protected !!