ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ । ବରୀ ପରେ ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚାଟ୍, ଗୁପ୍ ଚୁପ୍ ଓ ଆଇସ୍ କ୍ରିମ୍ ଫ୍ୟାକ୍ଟ୍ରି ବନ୍ଦ ରହିବ। ପାଣି ପାଉଚ୍, ମାଛ, ଚିକେନ୍, ମଟନ୍ ଦୋକାନ ବି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ହୋଟେଲ୍, ଜଳଖିଆ ଓ ମିଠା ଦୋକାନକୁ ସ୍ବଚ୍ଛତା ରଖିବାକୁ କୁହାଯାଇଛି। ଖିଲାପ କଲେ ଦୋକାନଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଇଁ ଚେତାବନୀ ଦିଆଯାଇଛି । ବିବାହ, ବ୍ରତଘର, ଜନ୍ମଦିନ ଭୋଜିକୁ ସମୂହ ବର୍ଜନ ପାଇଁ ପରାମର୍ଶ ଦିଆଯାଇଛି । ଯାଜପୁର ଜିଲ୍ଲାରେ କିନ୍ତୁ ସ୍ଥିତି ଗମ୍ଭୀର । ଜିଲ୍ଲାରେ ମୃତ ସଂଖ୍ୟା ୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨୬୦ରେ ପହଞ୍ଚିଛି ।ସେପଟେ ୧୪ ଜଣିଆ କେନ୍ଦ୍ରୀୟ ଟିମ ଯାଜପୁରରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Post Views17 Total Count

Apply Now


This will close in 0 seconds

error: Content is protected !!