ପିଏମ୍ ମୋଦିଙ୍କୁ ମିଳିଲା ସାଇପ୍ରସ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

ତିନି ଦେଶର ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସ୍‌ରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ସାଇପ୍ରସ୍ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି। ସାଇପ୍ରସ୍‌ର ରାଷ୍ଟ୍ରପତି ନିକୋସ୍‌ ଫ୍ରିଷ୍ଟୋଡୋଲିଡେସ୍ ମୋଦିଙ୍କୁ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମକାରିୟୋସ୍‌ ୩’ ରେ ସମ୍ମାନିତ କରିଛନ୍ତି। ଏହାପରେ ରାଷ୍ଟ୍ରପତି ପିଏମ୍ ମୋଦିଙ୍କ ସହ ଗଣମାଧ୍ୟମକୁ ସମ୍ବୋଧତତ କରି ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ଖୋଲା ସମର୍ଥନ କରିବାର ଘୋଷଣା କରିଥିଲେ।

ସମ୍ମାନ ମିଳିବା ପରେ ପିଏମ୍‌ ମୋଦି ଏଥିପାଇଁ ରାଷ୍ଟ୍ରପତି ନିକୋସ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ସାଇପ୍ରସ୍‌ ସରକାର ଓ ସାଇପ୍ରସ୍‌ର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ବ୍ୟକ୍ତ କରୁଛି। ଏହା କେବଳ ନରେନ୍ଦ୍ର ମୋଦିଙ୍କ ନୁହେଁ ବଂର ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଆମ ଭାରତୀୟଙ୍କ କ୍ଷମତା ଓ ଆକାଂକ୍ଷାର ସମ୍ମାନ। ଏହା ଆମର ସଂସ୍କୃତି, ବନ୍ଧୁତ୍ବ ଓ ବସୁଧୈବ କୁଟୁମ୍ବକମ୍‌ର ବିଚାରଧାରାର ସମ୍ମାନ।ପିଏମ୍‌ ମୋଦି କହିଛନ୍ତି, ମୁଁ ଏହି ସମ୍ମାନ ଭାରତ ଓ ସାଇପ୍ରସ୍ ମଧ୍ୟରେ ମିତ୍ରତାପୂର୍ଣ୍ଣ ସମ୍ପର୍କ ଓ ମୂଲ୍ୟବୋଧକୁ ସମର୍ପିତ କରୁଛି। ଏହି ପୁରସ୍କାର ଶାନ୍ତି, ସୁରକ୍ଷା, ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତା ତଥା ଆମ ଲୋକଙ୍କ ସମୃଦ୍ଧି ପ୍ରତି ଅତୁଟ ପ୍ରତିଶୃତିବଦ୍ଧର ପ୍ରତୀକ ଅଟେ।’ ଏହାଛଡା ପିଏମ୍‌ ମୋଦି କହିଛନ୍ତି, ତାଙ୍କୁ ବିଶ୍ବାସ ରହିଛି ଯେ, ଭାରତ ଓ ସାଇପ୍ରସ୍ ସକ୍ରିୟ ମେଣ୍ଟ ଆଗାମୀ ଦିନରେ ନୂଆ ଶିଖର ଛୁଇଁବ। ଆମେ ନା କେବଳ ନିଜ ଦେଶର ମିଳିତ ପ୍ରଗତିକୁ ମଜବୁତ କରିବୁ ବଂର ଏକ ଶାକ୍ତି ଓ ସୁରକ୍ଷିତ ବିଶ୍ବ ବାତାବରଣ ତିଆରି କରିବା ପାଇଁ ମିଶିକି କାମ କରିବୁ। ଉଲ୍ଲେଖନୀୟ ଯେ, ମୋଦିଙ୍କ ପୂର୍ବରୁ ଏହି ସମ୍ମାନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଜୋର୍ଡନର କିଙ୍ଗ ଅବଦୁଲ୍ଲା ୨, ଜର୍ମାନୀର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କ-ଭାଲ୍ଟର ଷ୍ଟିନମିୟର, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିସାରିଛି।

Post Views5 Total Count

Apply Now


This will close in 0 seconds

error: Content is protected !!