ତେଲ କଡ଼େଇରେ ପଡ଼ି ହାଡୁ ଗୁରୁତର

ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ୍‌ ହାଡୁ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନରେ ଅନୁଷ୍ଠିତ ଭୋଜିରେ ଗରମ ତେଲ ତାଙ୍କ ଉପରେ ପଡ଼ିଯାଇଥିଲା। ଏଥିରେ ତାଙ୍କ ମୁହଁ, ହାତ ସମେତ ଶରୀରର କିଛି ଅଂଶ ପୋଡ଼ି ଯାଇଛି। ଏହାବ୍ୟତୀତ ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି।

ବର୍ତ୍ତମାନ ସେ ସମ୍‌ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ‘ମୋ ମନ ଖାଲି ତୋରି ପାଇଁ’, ‘ହସିବ ପୁଣି ମୋ ସୁନା ସଂସାର’, ‘ପ୍ରେମ ବନ୍ଧନ’, ‘ସତ ମିଛ’, ‘ମତେ ବୋହୂ କରି ନେଇ ଯା’ପରି ବହୁ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ବହୁ ଲୋକପ୍ରିୟ ଧାରାବାହିକ ‘ଛାନିଆ’, ‘ଗାୟତ୍ରୀ’, ‘ଦୁହିତା’ ଆଦିରେ ସେ ଚମତ୍କାର ଅଭିନୟ କରିଛନ୍ତି।

ସେହିପରି ନାଟକ ‘ଆହେ ନୀଳଶଇଳ’ରେ ତାଙ୍କ ଚମତ୍କାର ଅଭିନୟ ତାଙ୍କୁ ବେଶ୍‌ ଲୋକପ୍ରିୟ କରିଛି।

Post Views5 Total Count

Apply Now


This will close in 0 seconds

error: Content is protected !!