ଏହି ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ତାଙ୍କ ସ୍ୱାମୀ

ପାରିବାରିକ ହିଂସା ଓ ଆର୍ଥିକ ବିବାଦକୁ ନେଇ ଅଭିନେତ୍ରୀ ଶ୍ରୁତିଙ୍କୁ ମରାଣାନ୍ତକ ଆକ୍ରମଣ କରିଛନ୍ତି ସ୍ୱାମୀ ଅମ୍ବରିଶ । ଅମ୍ବରିଶ ପ୍ରଥମେ ତାଙ୍କୁ ଲଙ୍କା ସ୍ପ୍ରେ କରିଥିଲେ ଓ ପରେ ତାଙ୍କ ଶରୀରର ବିଭିନ୍ନ ଅଂଶ ଯେପରିକି ପିଞ୍ଜରା, ଜଙ୍ଘ ଓ ବେକକୁ ଛୁରୀରେ ଆଘାତ କରିଥିଲେ । ଏହା ପରେ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଏହି ଘଟଣାଟି ଗତ ୪ ଜୁଲାଇରେ ଘଟିଥିଲା । ସୂଚନା ମୁତାବକ, ଶ୍ରୁତି ବେଙ୍ଗାଲୁରୁରେ ରହୁଥିବା ବେଳେ ସେ ଜଣେ କନ୍ନଡ ଟେଲିଭିଜନ ଅଭିନେତ୍ରୀ ଓ ଏକ ଘରୋଇ ଚ୍ୟାନେଲର ଉପସ୍ଥାପିକା । ତାଙ୍କ ସ୍ୱାମୀ ଅମ୍ବରିଶ ଜଣେ ଅଟୋ ଡ୍ରାଇଭର । ଶ୍ରୁତି କନ୍ନଡର ଲୋକପ୍ରିୟ ସିରିଏଲ୍ ‘ଅମ୍ରୁଥାଧାରେ’ ରେ ଅଭିନୟ କରିଥିଲେ । ଶ୍ରୁତି ଓ ଅମ୍ବରିଶଙ୍କ ବିବାହକୁ ୨୦ ବର୍ଷ ବିତି ଯାଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଅମ୍ବରିଶଙ୍କ ସହ ମତଭେଦ ଦେଖା ଦେବା ପରେ ସେ ତାଙ୍କ ଭାଇଙ୍କ ପାଖରେ ଅଲଗା ରହୁଥିଲେ ଶ୍ରୁତି ।

ଜୁଲାଇ ୩ ତାରିଖରେ ପରସ୍ପର ମଧ୍ୟରେ ବୁଝାମଣା ହେବା ପରେ ଉଭୟ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ ଅମ୍ବରିଶ ତା ପରଦିନ ଶ୍ରୁତିଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ପିଲାମାନେ କଲେଜ ଯିବା ପରେ ଅମ୍ବରିଶ ଶ୍ରୁତିଙ୍କୁ ଲଙ୍କା ସ୍ପ୍ରେ କରି ପିଞ୍ଜରା, ଜଙ୍ଘ ଓ ବେକକୁ ଛୁରୀରେ ଆଘାତ କରିଥିଲେ । ଏହା ପରେ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା ପାଇଁ ଉଦ୍ୟମ କରିଥିଲେ ।

ବେଙ୍ଗାଲୁରୁ ପଶ୍ଚିମ ଡେପୁଟି କମିଶନର ପୋଲିସ୍ କହିଛନ୍ତି ଯେ, ତିନି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ବୁଝାସୁଝା କରିବାରୁ ସେମାନେ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗତ ସପ୍ତାହରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହେବାରୁ ଅମ୍ବରିଶ ଶ୍ରୁତିଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଶ୍ରୁତି ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ଅମ୍ବରିଶଙ୍କୁ ଗିରଫ କରାଯାଇଛି ।

Post Views5 Total Count

Apply Now


This will close in 0 seconds

error: Content is protected !!