ଗଙ୍ଗା ନଦୀରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ମାଛ ପଡିଛି ଚାରି ଆଖିଆ ମାଛ। ଉତ୍ତର ପ୍ରଦେଶର ଭଦୋହିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଧନ ତୁଳସୀକଳା ଗାଁ ନିକଟରେ ଥିବା ଗଙ୍ଗା ନଦୀରେ ଏପରି ବିରଳ ପ୍ରଜାତି ମାଛ ଦେଖିବାକୁ ମିଳିଛି। ଶରୀର ସାରା କଣ୍ଟା । ଚାରୋଟି ଆଖି । ସବୁଠୁ ବଡ଼ କଥା ହେଲା ଏହାକୁ ନେଇ ଚେତାବନୀ ଦେଇଛନ୍ତି ସାମୁଦ୍ରିକ ବିଜ୍ଞାନୀ। କହିଛନ୍ତି- ସମୁଦ୍ରରେ ବିଦେଶୀ ପ୍ରଜାତିଙ୍କ ଆଗମନ ଜଳଜୀବ ପାଇଁ ସୃଷ୍ଟି କରିବ ବିପଦ।
ବିଶେଷଜ୍ଞଙ୍କ ମତରେ ଏହି ମାଛ ଦକ୍ଷିଣ ଆମେରିକାର ‘ସକରମାଉଥ୍ କ୍ୟାଟଫିସ୍’ ପ୍ରଜାତିର। ଯାହା ମୁଖ୍ୟତଃ ଆମାଜନ ନଦୀରେ ଦେଖାଯାଏ। ଭାରତରେ ଏହି ପ୍ରଜାତି ମିଳିବା ବହୁତ ବିରଳ। ବିଶେଷଜ୍ଞମାନେ କୁହନ୍ତି ଯେ ଏହି ମାଛ ପ୍ରାକୃତିକ ଭାବରେ ଭାରତୀୟ ନଦୀଗୁଡ଼ିକରେ ମିଳେ ନାହିଁ। ଗଙ୍ଗା ନଦୀ ସହିତ ଏହାର ମିଳନ ଅନେକ ପ୍ରଶ୍ନ ଉଠାଇଛି। ଏହା ଏକ ମାଂସାହାରୀ ମାଛ ଏବଂ ଏହାର ଖାଇବା ଅଭ୍ୟାସ ମଧ୍ୟ ଅନ୍ୟ ମାଛଠାରୁ ଭିନ୍ନ। ଏହା ସ୍ଥାନୀୟ ଜଳଚର ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

