ଭିଜିଲାନ୍ସ ଜାଲରେ ଡିଏଫଓ 

ଭିଜିଲାନ୍ସ ଜାଲରେ ଫରେଷ୍ଟ ଅଫିସର ନିତ୍ୟାନନ୍ଦ ନାୟକ ଏବେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଅନୁସନ୍ଧାନ ସମୟରେ ଗୋଟିଏ ବହୁମହଲା କୋଠା, ୧୧୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୧୯ ଲକ୍ଷ ଟଙ୍କା, ୨ଟି ଚାରି ଚକିଆ ଯାନ ଇତ୍ୟାଦି ଥିବା ଜଣାପଡିଛି । ଶ୍ରୀ ନାୟକ ବିପୁଳ ପରିମାଣର ପ୍ଲଟ୍ କ୍ରୟ କରି ତାଙ୍କର ଅନୈତିକ ଅର୍ଥ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।

ତଲାସି ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ନାୟକ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅନେକ ସମ୍ପତ୍ତି ଠାବ କରାଯାଇଛି । ସେମଧ୍ୟରେ ରହିଛି ଅନୁଗୁଳର ତୁରଙ୍ଗାରେ ପ୍ରାୟ ୯୦୦୦ ବର୍ଗଫୁଟ କ୍ଷେତ୍ରଫଳର ଗୋଟିଏ ଚାରି ମହଲା କୋଠା। ମୋଟ ୧୧୫ ଟି ପ୍ଲଟ୍। ସେମଧ୍ୟରୁ ଶ୍ରୀ ନାୟକଙ୍କ ନାମରେ ୫୩ ଟି ପ୍ଲଟ୍ ଥିବାବେଳେ ତାଙ୍କ ପତ୍ନୀଙ୍କ ନାମରେ ୪୨ ଟି ପ୍ଲଟ୍ ରହିଛି । କେବଳ ସେତିକି ନୁହେଁ ତାଙ୍କ ଦୁଇ ପୁଅଙ୍କ ନାମରେ ୧୬ ଟି ପ୍ଲଟ୍ ଏବଂ ତାଙ୍କ ଝିଅଙ୍କ ନାମରେ ୦୪ ଟି ପ୍ଲଟ୍ ରହିଛି ।

ଶ୍ରୀ ନାୟକ ୧୯୯୨ ମସିହାରେ ରେଞ୍ଜ ଅଫିସର ଭାବରେ ସରକାରୀ ଚାକିରିରେ ଜଏନ କରିବା ପରଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଅନୁଗୁଳର ଛେଣ୍ଡିପଦାରେ ଉପରୋକ୍ତ ସମସ୍ତ ପ୍ଲଟ୍ କିଣିଛନ୍ତି । ଯେତେବେଳେ ସେ ବନ ରେଞ୍ଜ ଅଧିକାରୀ, ସହାୟକ ବନ ସଂରକ୍ଷକ, ବନ ସଂରକ୍ଷକ ଏବଂ ବିଭାଗୀୟ ବନ ଅଧିକାରୀ ଭଳି ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିଲେ ସେହି ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରାଯାଉଛି।

Post Views31 Total Count

Apply Now


This will close in 0 seconds

error: Content is protected !!